Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୫ ଟି ରୋଗକୁ ଗାଏବ କରେ କମଳା ଜୁସ୍

Posted on October 11, 2025

ଖୁବ୍ ଶୀଘ୍ର ଶୀତ ଋତୁ ଆସିବାକୁ ଯାଉଛି । ବିଶେଷ କରି ଏହି ଋତୁରେ ଅଧିକାଂଶ ଲୋକ ସ୍ୱାସ୍ଥ୍ୟଗତ ସମସ୍ୟାର ଶିକାର ହୋଇଥାନ୍ତି । ସେଥିପାଇଁ ଶରୀର ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସୁସ୍ଥ ଶରୀର ପାଇଁ ସୁସ୍ଥ ଜୀବନଶୈଳୀ ସହିତ ଉତ୍ତମ ଏବଂ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ଜରୁରୀ । ତେଣୁ ସକାଳ ଜଳଖିଆ ହେଲଦି ହେବା ଉଚିତ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସକାଳ ଜଳଖିଆରେ ଫଳ କିମ୍ବା ଫଳ ଜୁସ୍ ପିଇବାକୁ ପରାମର୍ଶ ଦେଇଥାଆନ୍ତି । ସମସ୍ତ ଫଳ ମଧ୍ୟରେ କମଳା ହେଉଛି ସର୍ବୋତ୍ତମ । ଯାହା ସୁସ୍ଥ ଶରୀର ପାଇଁ ଲାଭଦାୟକ ହୋଇଥାଏ । କମଳା ହେଉ ଅବା ତା’ର ଜୁସ ଉଭୟ ଆମ ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥାଏ । ସବୁ ଋତୁ ଅପେକ୍ଷା ଶୀତଦିନ ପାଇଁ ଏହି ଜୁସ୍ ବେଷ୍ଟ ହୋଇଥାଏ ।

କମଳା ଯେତିକି ସ୍ବାଦିଷ୍ଟ ସୁସ୍ଥ ଶରୀର ପାଇଁ ମଧ୍ୟ ସେତିକି ଫଳପ୍ରଦ । କମଳା ବଦଳରେ ଆପଣ କମଳା ଜୁସ୍ ମଧ୍ୟ ପିଇପାରିବେ । କମଳାରେ ଭିଟାମିନ ସି, ଫାଇବର, ପୋଟାସିୟମ, ମ୍ୟାଗ୍ନେସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ପୋଷକ ତତ୍ତ୍ୱ ରହିଛି । ଯାହା ଆପଣଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଉଛି । ସକାଳ ଜଳଖିଆ ସହିତ ଗୋଟିଏ ଗ୍ଲାସ କମଳା ରସ ପିଇବା ଦ୍ୱାରା ଆପଣଙ୍କୁ ଏକ ଚମତ୍କାରୀ ଫାଇଦା ମିଳିଥାଏ । ଏହା ବ୍ୟତୀତ, ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ସଂକ୍ରମଣ ଜନିତ ରୋଗରୁ ରକ୍ଷା କରିଥାଏ । ତେବେ ଆସନ୍ତୁ କମଳା ଜୁସର ଫାଇଦା ଏବଂ ପିଇବାର ଉଚିତ୍ ସମୟ ସୀମା ସମ୍ପର୍କରେ ଜାଣିବା ।

ଶୀତଦିନେ କମଳା ଜୁସ୍ କେବଳ ସକାଳେ କିମ୍ବା ଅପରାହ୍ନରେ ପିଇବା ଉଚିତ । ଏହି ସମୟରେ ଏହି ଜୁସ୍ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । କିନ୍ତୁ କେବେବି ଖାଲି ପେଟରେ କିମ୍ବା ରାତିରେ କମଳା ଜୁସ୍ ପିଅନ୍ତୁ ନାହିଁ । କାରଣ ଏହା ଏସିଡିଟି ଏବଂ ପେଟ ସମସ୍ୟା ସୃଷ୍ଟି କରିପାରେ ।

ବିଶେଷ କରି ଶୀତ ଋତୁରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ । ଏଥିରେ ଥିବା ଭିଟାମିନ୍ ସି ଗୁଣ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ । ଏଥିସହ ଥଣ୍ଡା, କାଶ ଭଳି ସଂକ୍ରମଣାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ତେଣୁ ପ୍ରତିଦିନ କମଳା ଜୁସ୍ ପିଇବା ନିହାତି ଆବଶ୍ୟକ ।

ଶୀତଦିନେ କୋଲେଷ୍ଟ୍ରୋଲ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ଥାଏ । ଯାହା ପିଇବା ଦ୍ବାରା ଏହି ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ । ଏଥିରେ ଥିବା ଫାଇବର ଏହି ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ । ହାର୍ଟ ଜନିତ ସମସ୍ୟାର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ । ଶୀତଦିନେ ସାଧାରଣତଃ ସମସ୍ତଙ୍କ ପାଣି ପିଇବା କମି ଯାଇଥାଏ । ଫଳରେ ଡିହାଇଡ୍ରେସନ୍ ଭଳି ସମସ୍ୟା ଦେଖାଦେଇଥାଏ । ସେଥିପାଇଁ କମଳା ଜୁସ୍ ପିଇବା ଉଚିତ୍ । ଏହା ସହିତ ଦୁର୍ବଳତା, ଥକ୍କାପଣ, ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟାକୁ ମଧ୍ୟ ଚୁଟକିରେ ଗାଏବ କରିଦେଇଥାଏ ।

ଏତିକି ନୁହେଁ ବରଂ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଆପଣଙ୍କ ସ୍କିନର ଫ୍ରି ରାଡିକିଲସକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଯାହା ଦ୍ବାରା ଆପଣଙ୍କ ସ୍କିନରେ ଚମକ ଆଣିଥାଏ । ଏହା ବ୍ୟତୀତ ଆଖି ପାଇଁ ଏହି ଜୁସ୍ ବରଦାନ ସଦୃଶ । ଏହି ଜୁସକୁ ନିୟମିତ ସେବନ କରିବା ଦ୍ବାରା ଦୃଷ୍ଟିଶକ୍ତିକୁ ଉନ୍ନତ କରିବା ସହ ଆଖି ସମସ୍ୟାରୁ ମଧ୍ୟ ରକ୍ଷା କରେ । ତେଣୁ ଆଗକୁ ଆସୁଥିବା ଶୀତ ଋତୁରେ ଏହି ଟିପ୍ସକୁ ଫଲୋ କରନ୍ତୁ । ଯାହା ଆପଣଙ୍କୁ ଅନେକ ସମସ୍ୟାରୁ ମୁକ୍ତି ଦେବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme