Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୫୦ ହଜାରରୁ ଅଧିକ ପାକିସ୍ତାନୀ ଭିକାରୀଙ୍କୁ ତଡ଼ିଲା ସାଉଦି ଆରବ

Posted on December 19, 2025

ବାରମ୍ୱାର ବେଜ୍ଜିତ ହେଉଛି ପାକିସ୍ତାନ । ସାଉଦି ଆରବ ସରକାରଙ୍କ ସମସ୍ତ କଟକଣା ସତ୍ତ୍ବେ ପାକିସ୍ତାନରୁ ଅଧିକାଂଶ ଭିକାରୀ ସେଠାକୁ ଯାଇ ଭିକ୍ଷାବୃତ୍ତି କରୁଛନ୍ତି । ତେଣୁ ସାଉଦି ଆରବ ପକ୍ଷରୁ ୫୬ ହଜାର ପାକିସ୍ତାନୀ ଭିକାରୀଙ୍କୁ ବିତାଡିତ କରିଛି । ସାଉଦି ଆରବରେ ମକ୍କା ଓ ମଦିନା ଭଳି ଇସଲାମ ଧର୍ମର ଦୁଇଟି ଗୁରୁତ୍ବପୂର୍ଣ୍ଣ ଧାର୍ମିକ ସ୍ଥଳ ରହିଛି । ହଜ୍ ସମେତ ବର୍ଷ ତମାମ ବିଶ୍ବର ବିଭିନ୍ନ ରାଷ୍ଟ୍ରରୁ ଲକ୍ଷାଧିକ ମୁସଲମାନ ଲୋକ ସାଉଦି ଆରବ ଆସୁଛନ୍ତି । ଧର୍ମ କରିବାକୁ ଆସୁଥିବା ବ୍ୟକ୍ତି ଗରିବ ଓ ଭିକାରୀଙ୍କୁ ଦାନ ଦେବା ସ୍ବାଭାବିକ । ତେଣୁ ସେଠାରେ ଭିକ୍ଷାବୃତ୍ତି କରିବା ପାକିସ୍ତାନ ନାଗରିକଙ୍କ ପାଇଁ ସହଜ ହୋଇପଡୁଛି ।

FIA ଅନୁସାରେ, ପାକିସ୍ତାନ ମୁଖ୍ୟ ରୂପେ ଉମରା ଏବଂ ଟୁରିଷ୍ଟ ଭିସାର ଦୁରୁପାରଗ କରି ମକ୍କା ମଦିନା ଭଳି ପବିତ୍ର ସ୍ଥଳ ନିକଟରେ ଭିକ ମାଗୁଛନ୍ତି । ତେଣୁ ଏମାନଙ୍କୁ ଭିକ ମାଗିବା ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଏଭଳି ଭିକାରୀଙ୍କୁ ସାଉଦି ଆରବ ପଠାଇବାକୁ ପାକିସ୍ତାନରେ ଏକାଧିକ ରାକେଟ କାର୍ଯ୍ୟ କରୁଛନ୍ତି । ରାକେଟରେ ସାମିଲ ଥିବା ଦଲାଲମାନେ ସାଉଦି ଆରବ ଯିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ନିକଟରୁ ମୋଟା ଅଙ୍କର ଅର୍ଥ ଲୁଟୁଥିବା ଜଣାପଡିଛି ।

ଭିକ୍ଷାବୃତ୍ତି ଉଦ୍ଦେଶ୍ୟ ରଖୁଥିବା ବ୍ୟକ୍ତିଙ୍କୁ ଉମରାହ୍ ଭିସା (ହଜ ବ୍ୟତୀତ ଅନ୍ୟ ସମୟରେ ମକ୍କା, ମଦିନା ପରିଦର୍ଶନ) ଇସ୍ୟୁ ନ କରିବାକୁ ସାଉଦି ଆରବ ପକ୍ଷରୁ ଗତବର୍ଷ ପାକ୍ ସରକାରଙ୍କୁ ଅନୁରୋଧ କରାଯାଇଥିଲା । କାରଣ ଉମରାହ୍ ଭିସାର ଅପବ୍ୟବହାର କରି ଏହି ଗୋଷ୍ଠୀର ଲୋକେ ସାଉଦି ଆରବରେ ଭିକ୍ଷାବୃତ୍ତି କରୁଥିବାର ପ୍ରମାଣ ମିଳିଛି । ପାକିସ୍ତାନ ସରକାର ମଧ୍ୟ ଏହି ଘଟଣା ପାଇଁ ଆନ୍ତର୍ଜାତିକ ସ୍ତରରେ ନିନ୍ଦିତ ହେଉଛନ୍ତି ।

FIA ର ମହାନିର୍ଦ୍ଦେଶକ ରିଫତ ମୁଖତାର କହିଛନ୍ତି କି, ଏହି ନେଟୱାର୍କ ଯୋଗୁଁ ପାକିସ୍ତାନର ପ୍ରତିଷ୍ଠା ଉପରେ ଆଞ୍ଚ ଆସୁଛି । ଏହି ସମସ୍ୟା କେବଳ ଏହି ଦେଶରେ ସୀମିତ ରହିନାହିଁ । ଆଫ୍ରିକା ଏବଂ ୟୁରୋପ ଯାତ୍ରା କରୁଥିବା କମ୍ବୋଡିଆ ଏବଂ ଥାଇଲାଣ୍ଡ ଦେଶରେ ମଧ୍ୟ ପର୍ଯ୍ୟଟକ ଭିସାର ଦୁରୁପଯୋଗ କରୁଥିବା ମାମଲା ସାମ୍ନାକୁ ଆସିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme