Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୫୦ ମିଟର ଯାଏଁ ଘୋଷାଡ଼ି ନେଲା କାର୍‌, ୫ ମୃତ

Posted on October 25, 2025

ଉତ୍ତରପ୍ରଦେଶର ଆଗ୍ରାରେ ବଡ଼ ଅଘଟଣ ଘଟିଛି । ମୃତ୍ୟ କେତେ ବେଳେ କିପରି ଆସେ ତାର ଏକ ଭୟଙ୍କର ଉଦାହରଣ ଦେଖିବାକୁ ମିଳିଛି । ଆଖି ପିଛୁଳାକେ ସବୁ କିଛି ଛାର୍‌ଖାର ହୋଇଛି । ଏକ ଦ୍ରୁତଗାମୀ କାର୍‌ ଆତଙ୍କ ଖେଳାଇ ଦେଇଛି । ଘର ବାହାରେ ବସିଥିବା କିଛି ଲୋକଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଚଢି ଯାଇଛି । ପ୍ରାୟ ୫୦ ମିଟର ସେମାନଙ୍କୁ ଘୋଷାଡି ନେଇଥିବା ଜଣାପଡିଛି । ୭ଜଣଙ୍କ ଉପରେ ମାଡିଯାଇଛି କାର୍ । ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି ।

ନ୍ୟୁ ଆଗ୍ରାର ନଗଲା ବୁଢୀ ଅଞ୍ଚଳରେ ଏହି ଅଘଟଣ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏକ କାର୍‌ ଦ୍ରୁତଗତିରେ ଆସି ନିୟନ୍ତ୍ରଣ ହରାଇ ଘର ବାହାରେ ବସିଥିବା ଲୋକଙ୍କ ଉପରେ ଚଢିଗଲା । ୭ ଜଣଙ୍କୁ ଚାପି ଦେଲା । କାର୍‌ର ସିପ୍ଡ ଏତେ ଥିଲା ଯେ ନିୟନ୍ତ୍ରଣ ରଖିପାରିଲେ ନାହିଁ ଡ୍ରାଇଭର । ଘର ବାହାରେ ବସିଥିବା ଲୋକଙ୍କ ଉପରେ ମାଡି ଯାଇ ୫୦ ମିଟର ଯାଏ ଘୋଷାଡି ନେଇଥିଲା । ଏହାପରେ କାନ୍ଥରେ ପିଟି ହୋଇଥିଲା ।  କାର୍‌ ଚାଳକଙ୍କୁ ଧରି ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଯାଇଛି । ଏହାକୁ ନେଇ ସେଠାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି । ଆହତଙ୍କୁ ଉଦ୍ଧାର କରାଯାଇ ଏସ୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।​​​​​​​

ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଉତ୍ତମ ଚିକିତ୍ସା ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme