Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୫୦% ଖସିପାରେ ସୁନା-ରୂପା ଦର

Posted on October 11, 2025

ସମ୍ପ୍ରତି ସୁନା ଏବଂ ରୁପା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ଲକ୍ଷେ ୨୪ ହଜାର ଟଙ୍କା ଛୁଇଁଛି । ରୁପା ଲକ୍ଷେ ୭୦ ହଜାର ଟଙ୍କା । ଦିନକୁ ଦିନ ନୂଆ ସ୍ତର ଛୁଇଁଚାଲିଛି ଉଭୟ ଧାତୁ ଦର । ତେବେ ବିଶେଷଜ୍ଞଙ୍କ ସତର୍କବାଣୀ ଅନୁସାରେ, ଖୁବ୍‌ଶୀଘ୍ର ସୁନା ଏବଂ ରୁପା ଦର ବଡ଼ ଆକାରରେ ଖସିଯିବ । ଆଗାମୀ ମାସରେ ହୁଏତ ଦର ୫୦% ପର୍ଯ୍ୟନ୍ତ ଖସିପାରେ । ଅଧିକାଂଶ ବ୍ରୋକର ଏବଂ ବଜାର ବିଶେଷଜ୍ଞ ବୃଦ୍ଧି ଧାରା ଜାରି ରହିବ ବୋଲି ପ୍ରକାଶ କରିଥିବାବେଳେ ପେସ୍‌୩୬୦ର ସହ-ପ୍ରତିଷ୍ଠାତା ତଥା ଚିଫ୍‌ ଗ୍ଲୋବାଲ ଷ୍ଟ୍ରାଟେଜିଷ୍ଟ ଅମିତ ଗୋୟଲ କହିଛନ୍ତି ଯେ, ସୁନା ଏବଂ ରୁପା ଦର ବୃଦ୍ଧିରେ ବ୍ରେକ୍‌ ଲାଗିବ ଏବଂ ବଡ଼ ଆକାରରେ କ୍ରାସ ଦେଖିବାକୁ ମିଳିବ ।

ପ୍ରକାଶଯୋଗ୍ୟ, ୨.୪ ବିଲିୟନ ଡଲାରରୁ ଊଦ୍ଧ୍ୱର୍ ମୂଲ୍ୟର ଆସେଟ୍‌ ପରିଚାଳନା କରିଥାଏ ପେସ୍‌ ୩୬୦ । ଗୋୟଲ ସତର୍କ କରିଛନ୍ତି ଯେ, ଉଭୟ ମୂଲ୍ୟବାନ ଧାତୁ ଦଶନ୍ଧି ମଧ୍ୟରେ ସବୁଠାରୁ ବିପଜ୍ଜନକ ଶୀର୍ଷରେ ଅଛି ।

ସେ ଆହୁରି କହିଲେ, ଗତ ୪୦ ବର୍ଷରେ ଡଲାର ସୂଚକାଙ୍କ ଦୁର୍ବଳ ଥିବା ସମୟରେ କେବଳ ଦୁଇ ଥର ସୁନା ଏବଂ ରୁପା ଏଭଳି ପ୍ରଦର୍ଶନ କରିଛନ୍ତି । ଉଭୟ ସମୟରେ ସୁନା ଏବଂ ରୁପା ଦରରେ କ୍ରାସ୍‌ ଦେଖିବାକୁ ମିଳିଥିଲା । ଗୋୟଲଙ୍କ ଅନୁସାରେ, ସୁନା ଏବଂ ରୁପା ଏଭଳି ସ୍ତରରେ ପହଞ୍ଚିଛି, ଯାହା ସଂକେତ ଦେଉଛି ଯେ, ବଜାରର ‘ବୁଲ୍‌ ରନ୍‌’ ସମାପ୍ତ ହେବାକୁ ଯାଉଛି । କିଛି ଦିନ କିମ୍ବା ସପ୍ତାହରେ ଉଭୟ ଧାତୁ ଶୀର୍ଷ ସ୍ତରରେ ପହଞ୍ଚିଯିବ । ଏହାପରେ ଆରମ୍ଭ ହୋଇଯିବ ପତନ । ଗୋୟଲଙ୍କ ଅନୁମାନ, ସୁନା ଦରରେ ୩୦ରୁ୩୫% ହ୍ରାସ ଘଟିପାରେ । ୨୦୦୭-୦୮ ଏବଂ ୨୦୧୦-୧୧ ବେଳେ ଏଥିରେ ପାଖାପାଖି ୪୫% ହ୍ରାସ ଘଟିଥିଲା । ତେବେ ରୁପା ଆହୁରି ଅଧିକ ଖସିବ ବୋଲି ଗୋୟଲ ଅନୁମାନ କରିଛନ୍ତି ।

ସେ କହିଛନ୍ତି ଯେ, ରୁପା ୫୦% ପର୍ଯ୍ୟନ୍ତ ଶସ୍ତା ହୋଇପାରେ । ଅର୍ଥାତ୍‌ ୧୦ ଗ୍ରାମ ପିଛା ସୁନା ଦର ୭୭,୭୦୦ ଟଙ୍କାକୁ ଏବଂ ରୁପା ୭୭,୪୫୦ ଟଙ୍କାକୁ ଖସିଆସିପାରେ । ବଜାରରେ ପୁନଃ ପ୍ରବେଶ କରିବା ପାଇଁ ନିବେଶକ ଆଉନ୍ସ ପିଛା ସୁନା ୨,୬୦୦ରୁ୨୭୦୦ ଡଲାରକୁ ଖସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ ବୋଲି ଗୋୟଲ ପରାମର୍ଶ ଦେଇଛନ୍ତି । ଉକ୍ତ ସ୍ତରରେ ସୁନା ପୁଣି ବିଶ୍ୱର ଅନ୍ୟତମ ସର୍ବୋତ୍ତମ ନିବେଶ ଆସେଟ୍‌ ପାଲଟିବ ବୋଲି ସେ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme