Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୪୫୨ କେନ୍ଦ୍ରରେ ଓଟିଇଟି ପରୀକ୍ଷା, ୧ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ସାମିଲ

Posted on December 17, 2025

ସାରା ରାଜ୍ୟରେ ବୁଧବାର ଓଡ଼ିଶା ଟିଚର ଇଲିଜିବିଟି ଟେଷ୍ଟ-୨୦୨୫ (ଓଟିଇଟି) ଆରମ୍ଭ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ସାମିଲ ହୋଇଛନ୍ତି । ପରୀକ୍ଷାରେ ଶିକ୍ଷକ ଚାକିରି କରିଥିବା ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି । ପ୍ରଥମ ସିଟିଂ ୯ଟାରୁ ସାଢ଼େ ୧୧ଟା ଯାଏ ହୋଇଥିଲା । ଦ୍ୱିତୀୟ ସିଟିଂର ସମୟ ଅପରାହ୍ଣ ୨ଟାରୁ ସାଢ଼େ ୪ଟା ଯାଏ ଅନୁଷ୍ଠିତ ହେବ । 

ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୨୨,୯୭୯ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟ ଏହି ପରୀକ୍ଷାରେ ସାମିଲ ହୋଇଛନ୍ତି । ଓଟିଇଟି ପେପର-୧ରେ ୪୭, ୭୨୦ ଜଣ ଓ ପେପର-୨ରେ ୧,୧୨,୬୫୯ ପରୀକ୍ଷାର୍ଥୀ ଅଛନ୍ତି । ମାଟ ୪୫୨ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଥିବା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ସୂଚନା ଦିଆଯାଇଛି । ଶୃଙ୍ଖଳା ଓ ସ୍ୱଚ୍ଛତାର ସହ ପରୀକ୍ଷା କରାଇବାକୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି । 

ବୋର୍ଡ ଅଫିସରେ ଥିବା କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି । ଗତ ୧୪ ତାରିଖ ଠାରୁ ଡିଜି ଲକରରେ ପ୍ରଶ୍ନପତ୍ର ଓ ଓଏମ୍‌ଆର ସିଟ ପଠାଯାଉଛି । ୩୦ଟି ଜିଲ୍ଲା ପାଇଁ ୪୦ଟି ରୁଟରେ ଆର୍ମଡ ପୁଲିସ ସହ ପ୍ରଶ୍ନପତ୍ର ପଠାଯାଉଛି । କୌଣସି ପ୍ରକାର ଅବ୍ୟବସ୍ଥାକୁ ଏଡ଼ାଇବାକୁ ବୋର୍ଡ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme