
କେବଳ ରାଜଧାନୀ ଦିଲ୍ଲୀ ନୁହେଁ, ଦେଶର ପ୍ରାୟ ୪୪%ଟି ସହର ଦୀର୍ଘ ସମୟ ଧରି ବାୟୁ ପ୍ରଦୂଷଣର ପ୍ରଭାବରେ ରହିଛି, ଯାହା ଏହି କଥାକୁ ସୂଚିତ କରେ ଯେ, ଏହି ସମସ୍ୟା କ୍ଷଣସ୍ଥାୟୀ ଘଟଣା ପରିବର୍ତ୍ତେ ନିର୍ଗମନ ଉତ୍ସରୁ ନିରନ୍ତର ନିର୍ଗମନର ଫଳାଫଳ। ଶକ୍ତି ଏବଂ ସ୍ୱଚ୍ଛବାୟୁ ଅନୁସନ୍ଧାନ କେନ୍ଦ୍ରର ଏକ ସାମ୍ପ୍ରତିକ ବିଶ୍ଳେଷଣ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ରିପୋର୍ଟରେ କୁହାଯାଇଛି ଯେ,ଦୀର୍ଘ ଦିନରୁ ବାୟୁ ପ୍ରଦୂଷଣର ସମ୍ମୁଖୀନ ହେଉଥିବା ପ୍ରାୟ ୪୪% ସହର ମଧ୍ୟରୁ ପ୍ରାୟ ୪ ପ୍ରତିଶତ ରାଷ୍ଟ୍ରୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ପରିସରରେ ଆସିଥାଏ।
CREA ସାଟେଲାଇଟ୍ ତଥ୍ୟ ସାହାଯ୍ୟରେ ଭାରତର ୪,୦୪୧ ଟି ସହରରେ ପିଏମ୍ ୨.୫ କଣିକାର ସ୍ତରର ଆକଳନ କରିଛି। ଏହାର ରିପୋର୍ଟ ଅନୁସାରେ , ଏହି ୪,୦୪୧ଟି ସହରରୁ ଅତି କମରେ ୧,୭୮୭ଟି ସହର ରେ ପିଏମ୍ ୨.୫ କଣିକାର ସ୍ତର ଗତ ପାଞ୍ଚ ବର୍ଷ ରେ ପ୍ରତିବର୍ଷ ରାଷ୍ଟ୍ରୀୟ ବାର୍ଷିକ ମାନଦଣ୍ଡରୁ ଅଧିକ ରେକର୍ଡ କରାଯାଇ ଥିଲା, ଯେଉଁଥିରେ କୋଭିଡ୍-୧୯ ରେ ପ୍ରଭାବିତ ବର୍ଷ ୨୦୨୦ ସାମିଲ ନାହିଁ।
ଏହାର ଅର୍ଥ ହେଉଛି ଯେ, ପ୍ରାୟ ୪୪ % ଭାରତୀୟ ସହର ଦୀର୍ଘ ଦିନ ଧରି ବାୟୁ ପ୍ରଦୂଷଣର ସମ୍ମୁଖୀନ ହେଉଛନ୍ତି, ଯାହା ସୂଚିତ କରୁଛି ଯେ ଏହି ସମସ୍ୟା କ୍ଷଣିକ ଘଟଣା ବଦଳରେ ନିର୍ଗମନ ଉତ୍ସରୁ ନିରନ୍ତର ନିର୍ଗମନର ଫଳାଫଳ।
ରିପୋର୍ଟରେ ୨୦୨୫ ମସିହାରେ ପିଏମ୍ ୨.୫ କଣିକାର ସ୍ତରର ଆକଳନ ଆଧାରରେ, ଆସାମ, ଦିଲ୍ଲୀ ଏବଂ ଗାଜିଆବାଦକୁ ଭାରତର ତିନୋଟି ସର୍ବାଧିକ ପ୍ରଦୂଷିତ ସହର ଭାବେ ସ୍ଥାନିତ କରାଯାଇଥିଲା, ଯେଉଁଠି ବାର୍ଷିକ ସାନ୍ଦ୍ରତା ଯଥାକ୍ରମେ – ପ୍ରତି ଘନ ମିଟରରେ ୧୦୦ ମାଇକ୍ରୋଗ୍ରାମ, ପ୍ରତି ଘନ ମିଟରରେ ୯୬ ମାଇକ୍ରୋଗ୍ରାମ ଏବଂ ପ୍ରତି ଘନ ମିଟରରେ ୯୩ ମାଇକ୍ରୋ ଗ୍ରାମ ଥିଲା ।
ରିପୋର୍ଟ ଅନୁସାରେ, ସବୁଠୁ ପ୍ରଦୂଷିତ ସହର ଗୁଡ଼ିକର ତାଲିକାରେ ନୋଏଡା ଚତୁର୍ଥ, ଗୁରୁଗ୍ରାମ ପଞ୍ଚମ, ଗ୍ରେଟର ନୋଏଡା ଷଷ୍ଠ, ଭିୱାଡି ସପ୍ତମ, ହାଜିପୁର ଅଷ୍ଟମ, ମୁଜାଫରନଗର ନବମ ଏବଂ ହାପୁର ଦଶମ ସ୍ଥାନରେ ରହିଛି।
