
୪୧ ବର୍ଷ ପରେ ପ୍ରଥମଥର ପାଇଁ ଏସିଆ କପ୍ କ୍ରିକେଟ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ରବିବାର ଦୁବାଇରେ ହେବାକୁଥିବା ଏହି ହାଇ ଭୋଲଟେଜ ମ୍ୟାଚକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ସୁପର-୪ ପର୍ଯ୍ୟାୟରେ ପାକିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଭାରତ ଫାଇନାଲରେ ପହଞ୍ଚିଥିଲା। ଗତକାଲି ବାଂଲାଦେଶକୁ ୧୧ ରନରେ ପରାସ୍ତ କରି ପାକିସ୍ତାନ ଦ୍ୱିତୀୟ ଦଳ ଭାବେ ଫାଇନାଲ ଯାତ୍ରା ସୁନିଶ୍ଚିତ କରିଛି।
ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୩୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପ୍ରତିକ୍ରିୟାରେ ବାଂଲାଦେଶ ୯ ୱିକେଟ ହାରି ୧୨୪ ରନ୍ରେ ସୀମିତ ହୋଇଥିଲା। ଦଳ ପକ୍ଷରୁ ଶମିମ ହୋସେନ ସର୍ବାଧିକ ୩୦ ରନ୍ କରିଥିଲେ।
ଆଜି ସୁପର-୪ର ଶେଷ ମ୍ୟାଚରେ ଭାରତ ଓ ଶ୍ରୀଲଙ୍କା ସାମ୍ନା-ସାମ୍ନି ହେବେ।

