Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୩ ବେଳାଭୂମି ହେବ ‘ବ୍ଲୁ ଫ୍ଲାଗ୍‌ ବିଚ୍‌’: ପୀରଜାହାନିଆ, ବେଲେଶ୍ୱର, ଫୁଲପାଟଣା ପାଇଁ ଡିପିଆର୍‌ ମାଗିଲା ପୁରୀ ବନଖଣ୍ଡ କାର୍ଯ୍ୟାଳୟ

Posted on December 11, 2025

ପୁରୀ ଜିଲ୍ଲାର ୩ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍‌ରେ ରୂପାନ୍ତର କରାଯିବ । ଏନେଇ ପ୍ରଶାସନିକ ପଦକ୍ଷେପ ନିଆଯାଇଛି । ଯାହା ମଧ୍ୟରେ ରହିଛି ଅସ୍ତରଙ୍ଗର ପୀରଜାହାନିଆ ବେଳାଭୂମି, ପୁରୀର ବେଲେଶ୍ୱର ବେଳାଭୂମି ଓ ଫୁଲପାଟଣା ପର୍ଯ୍ୟଟନ ବେଳାଭୂମି । ଏନେଇ ଆଗ୍ରହୀ ସଂସ୍ଥାଙ୍କ ଠାରୁ ଡିପିଆର୍ ଆହ୍ୱାନ କରିଛି ପୁରୀ ବନଖଣ୍ଡ କାର୍ଯ୍ୟାଳୟ । ଆସନ୍ତା ୧୫ ତାରିଖ ଆବେଦନର ଶେଷ ସମୟ ରହିଛି । ଏହା ପରଦିନ ସମୀକ୍ଷା କରାଯାଇ ଚୂଡ଼ାନ୍ତ ଡିଜାଇନ ବଛାଯିବ ।

ପ୍ରକଳ୍ପିତ ସ୍ଥାନର ସର୍ଭେ, ଜମି ପରିମାଣ ସ୍ଥିର କରିବା, ପ୍ରକଳ୍ପର ଡିଜାଇନ, ଲକ୍ଷ୍ୟ, ବ୍ୟୟ ଅଟକଳ, ଆବଶ୍ୟକ ଅନୁମତି, ପରିବେଶ ପ୍ରଭାବ, ସୁରକ୍ଷା ଦୃଷ୍ଟିକୋଣ, ପର୍ଯ୍ୟଟକଙ୍କ ଆଗମନ ଆକଳନ, ରାଜସ୍ୱ ଆୟ ଆକଳନ ପ୍ରଭୃତିକୁ ଭିତ୍ତିକରି ଉତ୍କୃଷ୍ଟ ଡିପିଆର ଚୂଡ଼ାନ୍ତ ହେବ ।

ପୁରୀ ସହରର ମଙ୍ଗଳା ମୁହାଁଣ ଠାରୁ ବାଙ୍କିମୁହାଣ ଓ ଏଠାରୁ ପେଣ୍ଠକଟା ବେଳାଭୂମିକୁ ଉନ୍ନତୀକରଣ କରି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବାକୁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ପୁରୀ ଜିଲ୍ଲା ପ୍ରଶାସନ, ପୌରସଂସ୍ଥା, ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନର ଆନ୍ତରିକତା ଅଭାବରୁ ଏହାର ଉତ୍ତମ ରକ୍ଷଣାବେକ୍ଷଣ ହୋଇପାରୁନି । ବିଶାଳ ଏହି ବେଳାଭୂମିରେ ପର୍ଯ୍ୟଟକଙ୍କ ନିମନ୍ତେ ପର୍ଯ୍ୟାପ୍ତ ଶୌଚାଳୟ, ପାନୀୟଜଳ ଭଳି ମୌଳିକ ସୁବିଧା ନାହିଁ । ବେଳାଭୂମିର ବସ୍ତିବାସିନ୍ଦାମାନେ ବେଳାଭୂମିରେ ମଳତ୍ୟାଗ କରୁଛନ୍ତି । ପୁରୀ ବେଳାଭୂମିର ଗାନ୍ଧିଘାଟ ସଂଲଗ୍ନ ‘ବ୍ଲୁ- ଫ୍ଲାଗ ବିଚ୍’ ଠାରୁ ବାଙ୍କିମୁହାଣ ବିଚ୍ ପର୍ଯ୍ୟନ୍ତ ଅଞ୍ଚଳକୁ ଛାଡ଼ିଦେଲେ ବାକି ବେଳାଭୂମି ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଛି । ବେଳାଭୂମିରୁ ପ୍ରାକୃତିକ ଗଛଲତା ଓ ସୌନ୍ଦର୍ଯ୍ୟକୁ ନଷ୍ଟ କରି ବିଭିନ୍ନ ପ୍ରକାର କଂକ୍ରିଟ ନିର୍ମାଣ ବଢ଼ି ଚାଲିଛି ।

ସେପଟେ ପ୍ରକଳ୍ପିତ ଅସ୍ତରଙ୍ଗର ପୀରଜାହାନିଆ ବେଳାଭୂମୀ, ପୁରୀର ବେଲେଶ୍ୱର ବେଳାଭୂମୀ ଓ ଫୁଲପାଟଣା ପର୍ଯ୍ୟଟନ ବେଳାଭୂମିକୁ ଭଲ ରାସ୍ତା ନାହିଁ । ଆଲୋକୀକରଣ, ପାନୀୟଜଳ, ଶୌଚାଳୟ ଭଳି ମୌଳିକ ସୁବିଧା ନାହିଁ । ଏହି ସ୍ଥାନରେ ୨୪ଘଣ୍ଟିଆ ପୁଲିସ ସୁରକ୍ଷା କିମ୍ବା ଫାଣ୍ଡି ବ୍ୟବସ୍ଥା ନାହିଁ । ପର୍ଯ୍ୟଟକମାନେ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଶିକାର ହେଲେ କଷ୍ଟ ପାଉଛନ୍ତି । ବେଳାଭୂମିକୁ ଉତ୍ତମ ଭାବେ ସଫେଇ କରାଯାଉନି । ଏସବୁ ସମସ୍ୟାକୁ ସମାଧାନ କରିବାକୁ ପ୍ରଶାସନ ଦୃଷ୍ଟି ନଦେଲେ ବହୁ କୋଟି ବ୍ୟୟରେ ବ୍ଲୁ-ଫ୍ଲାଗ୍ ବିଚ୍ କରିବାକୁ ଯୋଜନା କରିଛି । ଯାହାକୁ ନେଇ ବୁଦ୍ଧିଜୀବୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି ।

ଏନେଇ ପରିବେଶବିତ୍ ସରୋଜ ଜେନା କହିଛନ୍ତି, ଏହି ୩ ବେଳାଭୂମିର କିଛି ଅଂଶକୁ ନେଇ ବ୍ଲୁ-ଫ୍ଲାଗ୍ ବିଚ୍ କରାଯିବା ସ୍ୱାଗତଯୋଗ୍ୟ । ଏହାଦ୍ୱାରା ଏହି ଅଞ୍ଚଳର ବିକାଶ ହେବ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । ମାତ୍ର ଏହା ପୂର୍ବରୁ ପୀରଜାହାନିଆ ବେଳାଭୂମିରେ ଯାତ୍ରୀଙ୍କ ନିମନ୍ତେ ମୌଳିକ ସୁବିଧା କରାଯାଉ । ବେଳେଶ୍ୱର ବେଳାଭୂମିକୁ ପହଞ୍ଚିବା ନିମନ୍ତେ ନଷ୍ଟ ହୋଇପଡ଼ିଥିବା ରାସ୍ତା ମରାମତି କରାଯାଉ । ଏଠାକୁ ଭଲ ଭାବେ ସଫେଇ କରାଯାଉ । ବନ ବିଭାଗର ସୈତକ ନିବାସ ନେଇ ଫୁଲପାଟଣା ବେଳାଭୂମିରେ ପହଞ୍ଚିବା ନିମନ୍ତେ ଯାତ୍ରୀଙ୍କ ଗାଡ଼ିକୁ ଛଡ଼ାଯାଉ । ସେମାନଙ୍କୁ ଗେଟ୍ ପାସ୍ ଓ ବ୍ୟାଟେରିଗାଡ଼ି କରିବା ନିମନ୍ତେ ଆଦାୟ କରାଯାଉଥିବା ମୋଟା ଅଙ୍କର ଶୁଳ୍କ ଛାଡ଼ କରାଯାଉ । ସର୍ବୋପରି ବନ୍ୟ ପ୍ରାଣୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ । ଏଠାରେ ବହୁ ପରିମାଣର ହରିଣ ରହିଛନ୍ତି । ତେଣୁ ପର୍ଯ୍ୟଟକଙ୍କ ପରିଦର୍ଶନ ନିମନ୍ତେ ଡିଅର ପାର୍କ କରାଯାଉ । ବେଳାଭୂମିକୁ ସଂଲଗ୍ନ କରୁଥିବା ସମସ୍ତ ରାସ୍ତାକୁ ଆଲୋକୀକରଣ କରାଯାଉ । ପ୍ରକଳ୍ପ କରିବା ପୂର୍ବରୁ ଏସବୁକୁ ଧ୍ୟାନ ନଦେଲେ ସରକାରଙ୍କ ଲକ୍ଷ୍ୟ ବିଫଳ ହେବ । କୋଟି କୋଟି ଟଙ୍କା ପାଣିରେ ପଡ଼ିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପହିଲାରୁ ନୂଆ ନିୟମ : ବନ୍ଦ ହେବ ନଗଦ ପେମେଣ୍ଟ
  • ୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (464)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (262)
©2026 JBR Samachar | Design: Newspaperly WordPress Theme