Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୩ ଦିନରେ କମିବ ୨ରୁ ୪ ଡିଗ୍ରି

Posted on December 3, 2025

 ଆସନ୍ତାକାଲି ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ ଝାଡ଼ସୁଗୁଡ଼ା ଜିଲ୍ଲାରେ ସକାଳୁ କୁହୁଡ଼ିର ଆସ୍ତରଣ ଦେଖାଯିବ। ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାଠାରେ ୧୧.୫ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଦାରିଙ୍ଗିବାଡ଼ିରେ ୧୨.୫ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି ବୃଦ୍ଧି ପାଇଛି। ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରାୟ ୧ରୁ ୪ ଡିଗ୍ରି ସେଲ୍‌ସିୟସ୍‌ ବୃଦ୍ଧି ପାଇଛି। 

ଓଡ଼ିଶାର ଅନ୍ୟ‌ କୌଣସି ଜିଲ୍ଲାରେ ‌ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ଘଟିନାହିଁ। ଆଜି ରାତିଠାରୁ ରାଜ୍ୟରେ ରାତି ପାରଦ ସ୍ତର ନିମ୍ନଗାମୀ ହୋଇପାରେ। ଆସନ୍ତା ୩ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ଫଳରେ ରାଜ୍ୟକୁ ପୁଣି ଶୀତ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରିକୁ ବୃଦ୍ଧି ପାଇଥିବା ବେଳେ କଟକର ରହିଛି ୧୭.୬ ଡିଗ୍ରି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖାପାଖ ଅଞ୍ଚଳର ପାଗ ମେଘୁଆ ରହିପାରେ  ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme