Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୩୦ ବର୍ଷ ପରେ ଗାଁରେ ପ୍ରଥମ ସନ୍ତାନ ଜନ୍ମ

Posted on December 31, 2025

ଇଟାଲିର ଏକ ପାହାଡ଼ିଆ ଗାଁରେ ଏକ ସନ୍ତାନ ଜନ୍ମ ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଅବ୍ରୁଜୋ ଅଞ୍ଚଳରେ ସ୍ଥିତ ମାଉଣ୍ଟ୍ ଗିରିଫାଲ୍କୋର ପାଦଦେଶରେ ରହିଛି ଛୋଟ ଗାଁ ପଗ୍ଲିଆରା ଦେଇ ମାର୍ସି । ଅନେକ ବର୍ଷ ହେଲା ଲୋକେ ଗାଁ ଛାଡ଼ି ଚାଲିଯିବା ଯୋଗୁ ଏହାର ଜନସଂଖ୍ୟା ଖୁବ୍ କମିଯାଇଛି । ଆଜି ଗାଁର ଗଳିକନ୍ଦିରେ ମାଳ ମାଳ ବିଲେଇ ସ୍ୱାଧୀନ ଭାବେ ବିଚରଣ କରୁଛନ୍ତି । ବିନା ଦ୍ୱିଧାରେ ଲୋକଙ୍କ ଘରେ ପଶିଯାଉଛନ୍ତି । ମନ ଇଚ୍ଛା କାନ୍ଥ ବାଡ଼ରେ ଆରାମ କରୁଛନ୍ତି । ସେମାନଙ୍କ ଉପସ୍ଥିତି ଜନସଂଖ୍ୟା ଅଭାବ ଜନିତ ନିରବତାକୁ ଦୂର କରୁଛି ।

ଗତ ମାର୍ଚ୍ଚରେ ଗାଁରେ ପ୍ରାୟ ୩୦ ବର୍ଷ ପରେ ପ୍ରଥମ ଥର ଏକ ଶିଶୁ ଜନ୍ମ ହେଲା, ଯାହା ଗାଁ ପାଇଁ ଉତ୍ସବର ମୁହୂର୍ତ୍ତ ଥିଲା । ୩ ଦଶନ୍ଧି ପରେ ଜନ୍ମ ହୋଇଥିବା ଏହି ଶିଶୁର ନାଁ ଲାରା ବୁସି ଟ୍ରାବୁକୋ । ଏହି ଶିଶୁ କନ୍ୟାର ଜନ୍ମ ପରେ ଗାଁର ଜନସଂଖ୍ୟା ୨୦ ହେଲା । ତାଙ୍କ ଘର ଆରପଟେ ଥିବା ଚର୍ଚ୍ଚରେ ଲାରାର ଜନ୍ମୋତ୍ସବ ପାଳିତ ହୋଇଥିଲା, ଯେଉଁଥିରେ ପୂରା ଗାଁ ସାମିଲ ହୋଇଥିଲା । ଗାଁର ବିଲେଇ ବି ଉତ୍ସବରେ ଯୋଗ ଦେଇଥିଲେ । ଗାଁରେ ସନ୍ତାନ ଜନ୍ମ ବିରଳ ହୋଇଥିବାରୁ ଲାରା ମୁଖ୍ୟ ଆକର୍ଷଣ ପାଲଟିଛି । ଲାରାର ମା’ ସିନଜିୟା ଟ୍ରାବୁକୋ କହିଛନ୍ତି, ଏପର୍ଯ୍ୟନ୍ତ ପଗ୍ଲିଆରା ଦେଇ ମାର୍ସି ବିଷୟରେ କେବେ ଶୁଣିନଥିବା ଲୋକେ ଏବେ ଲାରା ପାଇଁ ଗାଁକୁ ବୁଲିବାକୁ ଆସୁଛନ୍ତି । ମାତ୍ର ୯ ମାସରେ ତାଙ୍କ ଝିଅ ଖୁବ୍ ଲୋକପ୍ରିୟ ହୋଇଛି । ଲାରାର ଜନ୍ମ ଗାଁ ପାଇଁ ଖୁସି ଆଣିଥିବା ବେଳେ ଇଟାଲିର ଗମ୍ଭୀର ଜନସଂଖ୍ୟା ସମସ୍ୟା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme