Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୩୦ କେଜି ଗଞ୍ଜେଇ ଜବତ, ୩ ଗିରଫ

Posted on October 11, 2025

ବୌଦ୍ଧରୁ କଲିକତା ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୁଲିସ । ବନ୍ଧାହେଲେ ତିନି ଗଞ୍ଜେଇ ଚାଲାଣକାରୀ । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି କିଶୋରନଗର ଥାନା ଚୁଡାଖାଇ ଗ୍ରାମର ଶୁଭେନ ଦାଶ, ପ୍ରତାପ ଦାଶ ଏବଂ କଲିକତା ଅଞ୍ଚଳର ବର୍ଷାତ ଗାଁର ଶୁକଦେବ ମଣ୍ଡଳ । ସେମାନଙ୍କ ନିକଟରୁ ୩୦ କେଜି ଗଞ୍ଜେଇ ସହ ଏକ କାର୍ ଜବତ ହୋଇଛି । ଅନୁଗୁଳ ଜିଲ୍ଲା ଅଠମଲ୍ଲିକ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଚୁଡାଖାଇ ଗ୍ରାମର ଶୁଭେନ ଦାଶ, ପ୍ରତାପ ଦାଶ ଏବଂ କଲିକତା ଅଞ୍ଚଳର ବର୍ଷାତ ଗାଁର ଶୁକଦେବ ମଣ୍ଡଳ ଏକ କାର୍‌ରେ ଗଞ୍ଜେଇ ନେଇ ଆଠମଲ୍ଲିକ ଦେଇ ଯାଉଥିଲେ । ଏସମ୍ପର୍କରେ ଖବର ପାଇ ଆଠମଲ୍ଲିକ ପୁଲିସ ଗୋପାଳପୁର ଛକରେ ଛକି ବସିଥିଲା । ଛକ ନିକଟରେ ପହଞ୍ଚିବା ମାତ୍ରେ ପୁଲିସ ସେମାନଙ୍କୁ ମାଡ଼ି ବସିଥିଲା । ୩ ଚାଲାଣକାରୀଙ୍କୁ ପୁଲିସ ଗିରଫ କରିବା ସହ ୩୦ କେଜି ଗଞ୍ଜେଇ ଜବତ କରିଛି ।

ତେବେ ଆଠମଲ୍ଲିକ ଦେଇ ପ୍ରତିଦିନ ପ୍ରଚୁର ପରିମାଣର ଗଞ୍ଜେଇ ଚାଲାଣ ହେଉଛି । ହେଲେ ଅବକାରୀ ବିଭାଗ ଓ ପୁଲିସକୁ ବହୁ ରେଡ୍‌ରେ ୩୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିପାରୁନି । ଯାହାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme