
ବୌଦ୍ଧରୁ କଲିକତା ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୁଲିସ । ବନ୍ଧାହେଲେ ତିନି ଗଞ୍ଜେଇ ଚାଲାଣକାରୀ । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି କିଶୋରନଗର ଥାନା ଚୁଡାଖାଇ ଗ୍ରାମର ଶୁଭେନ ଦାଶ, ପ୍ରତାପ ଦାଶ ଏବଂ କଲିକତା ଅଞ୍ଚଳର ବର୍ଷାତ ଗାଁର ଶୁକଦେବ ମଣ୍ଡଳ । ସେମାନଙ୍କ ନିକଟରୁ ୩୦ କେଜି ଗଞ୍ଜେଇ ସହ ଏକ କାର୍ ଜବତ ହୋଇଛି । ଅନୁଗୁଳ ଜିଲ୍ଲା ଅଠମଲ୍ଲିକ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଚୁଡାଖାଇ ଗ୍ରାମର ଶୁଭେନ ଦାଶ, ପ୍ରତାପ ଦାଶ ଏବଂ କଲିକତା ଅଞ୍ଚଳର ବର୍ଷାତ ଗାଁର ଶୁକଦେବ ମଣ୍ଡଳ ଏକ କାର୍ରେ ଗଞ୍ଜେଇ ନେଇ ଆଠମଲ୍ଲିକ ଦେଇ ଯାଉଥିଲେ । ଏସମ୍ପର୍କରେ ଖବର ପାଇ ଆଠମଲ୍ଲିକ ପୁଲିସ ଗୋପାଳପୁର ଛକରେ ଛକି ବସିଥିଲା । ଛକ ନିକଟରେ ପହଞ୍ଚିବା ମାତ୍ରେ ପୁଲିସ ସେମାନଙ୍କୁ ମାଡ଼ି ବସିଥିଲା । ୩ ଚାଲାଣକାରୀଙ୍କୁ ପୁଲିସ ଗିରଫ କରିବା ସହ ୩୦ କେଜି ଗଞ୍ଜେଇ ଜବତ କରିଛି ।
ତେବେ ଆଠମଲ୍ଲିକ ଦେଇ ପ୍ରତିଦିନ ପ୍ରଚୁର ପରିମାଣର ଗଞ୍ଜେଇ ଚାଲାଣ ହେଉଛି । ହେଲେ ଅବକାରୀ ବିଭାଗ ଓ ପୁଲିସକୁ ବହୁ ରେଡ୍ରେ ୩୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିପାରୁନି । ଯାହାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି ।
