Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୨୭ରେ ରତ୍ନଭଣ୍ଡାର ସଂପର୍କିତ ବୈଠକ, ଜାନୁଆରୀରେ ଗଣତି ମଣତି

Posted on December 24, 2025

ଜାନୁଆରୀ ମାସ ଭିତରେ ପୁରୀ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ ହୋଇପାରେ । ଏଥିପାଇଁ ମୁକ୍ତି ମଣ୍ଡପ ପରାମର୍ଶ ନିଆଯିବ । ଗଣତି ମଣତି ପାଇଁ ଦର୍ଶନରେ ସମସ୍ୟା ହୋଇପାରେ । ତେଣୁ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ା । ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଆସନ୍ତା ୨୭ରେ ହେବ ଉଚ୍ଚସ୍ତରୀୟ ବୈଠକ । ଏସଓପି ସମ୍ପର୍କରେ ଆଲୋଚନା କରାଯିବ ବୋଲି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି । ରତ୍ନ ଭଣ୍ଡାର ମରାମତି କାମ ସରିଛି । ଭିତର ଭଣ୍ଡାରରେ ସମସ୍ତ ରତ୍ନ ରଖି ଦିଆଯାଇଛି ।

ତେବେ ଗଣତିମଣତି ପ୍ରକ୍ରିୟାରେ କେଉଁମାନେ ସାମିଲ ହେବେ, ସ୍ଥିର ହୋଇନି । ୨୭ ତାରିଖ ବୈଠକରେ ଏନେଇ ନିଷ୍ପତ୍ତି ହେବ। ରତ୍ନର ମୂଲ୍ୟ ଆକଳନ କରିବା ମୁସ୍କିଲ।  ରତ୍ନ ଗୁଡ଼ିକର ଗୁଣ ମାନ ନିର୍ଣ୍ଣୟ କରାଯିବ । ୨ ଜଣ ଏକ୍ସପର୍ଟ ଏ କାର୍ଯ୍ୟରେ ସହାୟତା କରିବେ । ଏଥିପାଇଁ ରିଜର୍ଭ ବ୍ୟାଙ୍କର ସହଯୋଗ ଲୋଡ଼ାଯାଇଛି ।  ଶେଷ ଥର ଗଣତି ମଣତି ପାଇଁ ୭୨ ଦିନ ଲାଗିଥିଲା । ୧୯୭୮ ମସିହା ଗଣତି ବେଳର ତାଲିକା ସହ ମେଳକ କରାଯିବ ।  ୫୪ ମସିହାର ରେକର୍ଡ ଏବଂ ୭୮ ମସିହାରେ ହୋଇଥିଵା ଗଣତିକୁ ନେଇ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme