Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୨୬ରୁ ଆଦିବାସୀ ମେଳା

Posted on January 20, 2026

ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ପାଇଁ ପ୍ରସ୍ତୁତି ଚାଲିଛି । କେଉଁଠି ଚାଳ ଘର ଛପର ହେଲାଣି ତ ଆଉ କେଉଁ ଘର ନାଲି ମାଟିରେ ଲିପାହେଲାଣି । ଏଭଳି ଆଦିବାସୀ ଗାଁର ମନୋରମ ଦୃଶ୍ୟ ଦେଖିବାକୁ ମିଳିଲାଣି । ଜାନୁଆରୀ ୨୬ରୁ ଆରମ୍ଭ ହେବାକୁ ଯାଉଛି ‘ଆଦିବାସୀ ମେଳା-୨୬’ । ଫେବ୍ରୁଆରୀ ୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଅପରାହ୍ନ ୨ଟା ୩୦ରୁ ରାତି ୯ଟା ଯାଏ ମେଳା ବୁଲି ହେବ । ଆଦିବାସୀ ହାଟ, ଆଦିବାସୀ କଳାକୃତି ଓ ହସ୍ତଶିଳ୍ପକୁ ନେଇ ସମନ୍ୱିତ ଉନ୍ନୟନ ସଂସ୍ଥାକୁ ୨୩, ମ୍ୟାନେଜ୍‌ମେଣ୍ଟ ପ୍ଲାନ ଅଞ୍ଚଳ ଓ ସରକାରୀ ସଂସ୍ଥାକୁ ୨୦ଟି ଷ୍ଟଲ ପ୍ରଦାନ କରାଯାଇଛି । ୧୦ଟି ଆଦିବାସୀ ମଡେଲ ଗାଁ ପ୍ରସ୍ତୁତ କରାଯିବ । ଯେଉଁଥିରେ ସେମାନଙ୍କ ଜୀବନଶୈଳୀ, ସଂସ୍କୃତି ସମେତ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ପ୍ରଦର୍ଶନ କରାଯିବ ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ୬୨ ଆଦିବାସୀ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ନେଇ ପ୍ରତିବର୍ଷ ଭୁବନେଶ୍ୱରଠାରେ ଆଦିବାସୀ ମେଳା ଆୟୋଜନ କରାଯାଇଥାଏ । ଓଡ଼ିଶା ସରକାରଙ୍କ “ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ’ ପୃଷ୍ଠପୋଷକତାରେ ଏହି ମେଳା ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥାଏ । ଆଦିବାସୀ ମେଳାର ମୁଖ୍ୟ ଲକ୍ଷ୍ୟ ହେଲା – ଆଦିବାସୀଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ସଂଗୃହିତ ଜଙ୍ଗଲଜାତ ଦ୍ରବ୍ୟଗୁଡିକୁ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି ନିମନ୍ତେ ବଜାର ସୃଷ୍ଟି କରିବା । ମେଳା ପରିସରରେ ଆଦିବାସୀ ନୃତ୍ୟ କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ହୋଇ ୮ଟା ୩୦ ଯାଏ ଚାଲିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme