Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୨୪ରେ ଅବପାତ, ସମ୍ଭାବ୍ୟ ବାତ୍ୟା ଭୀଷଣ ହେବା ନେଇ ଆଶଙ୍କା

Posted on November 22, 2025

ମାଲେସିଆ ପାଖ ମାଲାକ୍କା ସମୁଦ୍ର ସନ୍ଧି (ଷ୍ଟ୍ରେଟ୍ ଅଫ୍ ମାଲାକ୍କା) ନିକଟରେ ଘୂର୍ଣ୍ଣିବଳୟ ରହିଛି । ଶନିବାର ଏହା ଲଘୁଚାପ ରୂପ ନେଇପାରେ । ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ଅବପାତରେ ପରିଣତ ହେବା ସମ୍ଭାବନା ଅଛି । ତା’ପରେ ଆହୁରି ଘନୀଭୂତ ହୋଇପାରେ । ଏଭଳି ପୂର୍ବାନୁମାନ ଦେଖାଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ତେବେ ଆସନ୍ତା ୨୬/୨୭ ଯାଏଁ ଓଡ଼ିଶାରେ ବର୍ଷା ନେଇ କୌଣସି ପୂର୍ବାନୁମାନ ଦିଆଯାଇନାହିଁ ।

ଅପରପକ୍ଷରେ ସମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେବ କି ନାହିଁ? ଏହାର ଗତିପଥ ଓ ତୀବ୍ରତାକୁ ନେଇ ବିଭିନ୍ନ ମଡେଲକୁ ନେଇ ବିଶେଷଜ୍ଞ ଆକଳନ କରିଛନ୍ତି । ମାତ୍ର ଏବେଠାରୁ କୌଣସି ସ୍ପଷ୍ଟ ଆକଳନ କରାଯାଇନି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଶନିବାର ସକାଳ ସୁଦ୍ଧା ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ଦକ୍ଷିଣ ଆଣ୍ଡାମାନ ସାଗରରେ ୨୪ ତାରିଖବେଳକୁ ଅବପାତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ । ୨୪ରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସମ୍ଭାବନା ଅଛି । ୨୬ରେ ବାତ୍ୟାରେ ପରିଣତ ହେବ । ଏହା ଶୀଘ୍ର ଘନୀଭୂତ ହୋଇ ଉତ୍ତର କିମ୍ବା ଉତ୍ତର-ପଶ୍ଚିମରେ ଗତି କରିପାରେ । ୨୮ ତାରିଖବେଳକୁ ଭୀଷଣ ବାତ୍ୟା ରୂପ ନେଇପାରେ । ମଡେଲ୍ କହୁଛି, ୨୯ କିମ୍ବା ୩୦ ତାରିଖରେ ଅତି ଭୀଷଣ ବାତ୍ୟା ହୋଇ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମୁହାଁଇପାରେ ।

ପ୍ରଫେସର ପଶୁପାଳକ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଏ ନେଇ ସେ କେତେକ କାରଣ ମଧ୍ୟ ଦର୍ଶାଇଛନ୍ତି । ତାଙ୍କ କହିବାନୁସାରେ ସମ୍ଭାବ୍ୟ ସିଷ୍ଟମର ଉତ୍ତରରେ ପଶ୍ଚିମ ପ୍ରଶାନ୍ତ ମହାସାଗରରୁ ଉତ୍ତର-ପୂର୍ବ ଭାରତ ଦେଇ ମିଆଁମାର ପର୍ଯ୍ୟନ୍ତ ଏକ ଶକ୍ତିଶାଳୀ ଗୁରୁଚାପ ବଳୟ ରହିଛି । ଏହା ସମ୍ଭାବ୍ୟ ବାତ୍ୟାକୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଠେଲିବ । ଏହା ଗୁରୁଚାପ ବଳୟ ପରିସୀମା ବାହ୍ୟରେ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବା ହେତୁ ଆନ୍ଧ୍ର ଏବଂ ଓଡ଼ିଶାକୁ ମୁହାଁଇବା ସମ୍ଭାବନା ରହୁଛି ।

ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନଠାରୁ ନିର୍ଦ୍ଦିଷ୍ଟ ଭାବେ ସମ୍ଭାବ୍ୟ ବାତ୍ୟାର ତୀବ୍ରତା ଓ ସ୍ଥଳଭାଗ ଛୁଇଁବା (ଲ୍ୟାଣ୍ଡଫଲ୍)ର ସମୟ ଓ ସ୍ଥାନ ନେଇ ସ୍ପଷ୍ଟ ଆକଳନ କରିବା ସମ୍ଭବପର ନୁହେଁ । ଲ୍ୟାଣ୍ଡଫଲ୍ ପାଇଁ ଆହୁରି ସପ୍ତାହେରୁ ଅଧିକ ସମୟ ରହିଛି । ତେବେ ସମ୍ଭାବ୍ୟ ବାତ୍ୟା ଯେଉଁଠାରେ ଲ୍ୟାଣ୍ଡଫଲ୍ କଲେ ମଧ୍ୟ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ତେଣୁ ଚାଷୀମାନେ ସତର୍କତା ପଦକ୍ଷେପ ନେବା ଆବଶ୍ୟକ । ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଇସିଏମଡବ୍ଲ୍ୟୁଏଫ ଦେଖାଇଥିବା ସମ୍ଭାବ୍ୟ ଚିତ୍ରରୁ ଜଣାପଡ଼ୁଛି, ସମ୍ଭାବ୍ୟ ବାତ୍ୟା ଡିସେମ୍ବର ପହିଲାରେ ଲ୍ୟାଣ୍ଡଫଲ୍ କରିପାରେ । ଏହା ଗୋପାଳପୁରରୁ ପାରାଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme