Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୨୧ରେ ଲଘୁଚାପ: ଉତ୍ତର- ପଶ୍ଚିମ ଦିଗରେ ମୁହାଁଇବା ନେଇ ଆକଳନ

Posted on October 16, 2025

ଆସନ୍ତା ୨୧  ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ  ସୃଷ୍ଟି ହୋଇପାରେ । ଲଘୁଚାପ ପରେ ଏହା ଉତ୍ତର  ପଶ୍ଚିମ ଦିଗରେ ମୁହାଁଇବ । ପରେ ଏହା ତାମିଲନାଡୁ  ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବ । ୨୩  ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ  ଅବପାତ ରୂପ ନେବ ବୋଲି କିଛି ପାଣିପାଗ ମଡେଲ  ଆକଳନ କରିଛନ୍ତି । କିନ୍ତୁ ଓଡ଼ିଶା ଉପରେ ଏହାର  କୌଣସି ପ୍ରଭାବ ରହିବନି ବୋଲି ବରିଷ୍ଠ କୃଷି  ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  ପୂର୍ବାନୁମାନ କରିଛନ୍ତି ।

ସେ କହିଛନ୍ତି , ଏହି ଲଘୁଚାପ  କେତେ ଘନୀଭୂତ ହେବ ଓ ଏହା ନିର୍ଦ୍ଦିଷ୍ଟ ଭାବେ  କେଉଁ ଆଡ଼କୁ ଯିବ, ତାହା ଏବେଠାରୁ କହିହେବନି ।  ଲଘୁଚାପ ସୃଷ୍ଟି ହେବା ପରେ ଏହାର ସ୍ପଷ୍ଟ ଚିତ୍ର  ଆସିବ । କିନ୍ତୁ ମଡେଲ ଅନୁସାରେ ଏହା ଅବପାତରେ  ପରିଣତ ହେଲେ ବି ଓଡ଼ିଶା ଉପରେ କୌଣସି  ପ୍ରଭାବ ରହିବନି ।

ଜିଏଫ୍‌ଏସ ମଡେଲ ଦର୍ଶାଇଛି,  ୨୩ ତାରିଖ ବେଳକୁ ଏହା ଅବପାତରେ ପରିଣତ  ହୋଇ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ  ପାଖରେ ପହଞ୍ଚିବ । କିନ୍ତୁ ଅନ୍ୟ କୌଣସି ମଡେଲ ଏହି ଅବପାତ ନେଇ ପୂର୍ବାନୁମାନ ଦେଇନାହାନ୍ତି ।  ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ  ଓ କୌଣସି ସ୍ଥାନରେ ବର୍ଷା ସମ୍ଭାବନା ନାହିଁ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme