Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୨୦ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ, ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ

Posted on October 27, 2025

ଲଣ୍ଡନରେ ଲଜ୍ଜା । ଦୁଷ୍କର୍ମର ଶିକାର ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ।  ବ୍ରିଟେନ୍‌ରେ ଘଟିଛି ଏପରି ଅଭାବନୀୟ ଘଟଣା । ଇଂଲଣ୍ଡରେ ଜଣେ ୨୦ ବର୍ଷୀୟ ଭାରତୟୀ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବ୍ରିଟିଶ୍ ପୁଲିସ୍ ମୁତାବକ, ଉତ୍ତର ଇଂଲଣ୍ଡରେ ଭାରତୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି । ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ ହୋଇଛି । ଅଭିଯୁକ୍ତ ଦେଖିବାକୁ ମିଳିଲେ ଜଣାଇବାକୁ ପୁଲିସ୍ ଅପିଲ୍ କରିଛି ।

ପଶ୍ଚିମ ମିଡଲ୍ୟାଣ୍ଡସ୍ ପୁଲିସ ସିସିଟିଭି ଫୁଟେଜ୍ ଜାରି କରିଛି । ସିସିଟିଭିରେ ନଜର ଆସୁଥିବା ଜଣେ ଅଜଣା ଯୁବକଙ୍କୁ ଖୋଜିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛି । ପୁଲିସ କହିଛି ଯେ, ଶନିବାର ସନ୍ଧ୍ୟାରେ ୱାଲସଲର ପାର୍କ ହଲ୍ ଅଞ୍ଚଳରୁ ଜଣେ ଯୁବତୀ ଫୋନ କରି ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଯୁବତୀଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ଦେଖିବାକୁ ପାଇଥିଲା । ପାର୍କରେ ବୁଲୁଥିବା ବେଳେ ହଠାତ୍ ଜଣେ ଅଜଣା ଯୁବକ ଭାରତ ଫେରିଯିବାକୁ କହି ଏଭଳି ଅପରାଧ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ଏହି ଅପରାଧକୁ “ଜାତିଗତ ଭେବଭାବ” ବୋଲି କହି ପଶ୍ଚିମ ମିଡଲ୍ୟାଣ୍ଡସ୍ ପୁଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସିସିଟିଭି ଫୁଟେଜ୍ ଜାରି କରିଛି ।

ପୁଲିସ କହିଛି ଯେ, “ଏହା ଜଣେ ମହିଳାଙ୍କ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା । ଆମେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ । ଆମ ପାଖରେ ପ୍ରମାଣ ସଂଗ୍ରହ କରୁଥିବା ଅଧିକାରୀଙ୍କ ଏକ ଦଳ ରହିଛି। ଆକ୍ରମଣକାରୀଙ୍କ ଏକ ପ୍ରୋଫାଇଲ୍ ବର୍ତ୍ତମାନ ପ୍ରସ୍ତୁତ କରାଯାଉଛି ଯାହା ଦ୍ଵାରା ତାକୁ ଯଥାଶୀଘ୍ର ଅଟକ ରଖାଯାଇପାରିବ। “

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme