
ରାଜ୍ୟରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏମିତି ଘନ କୁହୁଡ଼ି ଜାରି ରହିବ । ଆଜି ୨୦ ଜିଲ୍ଲାକୁ ପାଣିପାଗ ବିଭାଗ ଏନେଇ ସତର୍କ କରିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଅନୁଗୁଳ, ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ କୁହୁଡ଼ି ରହିବ । ୫ଟି ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ। କନ୍ଧମାଳ, ସୁନ୍ଦରଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, କୋରାପୁଟ ଜିଲ୍ଲାରେ ମଧ୍ୟ ଘନ କୁହୁଡ଼ି ଦେଖାଯିବ । ଏହିସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଗୁରୁବାର ୧୦ ଅଞ୍ଚଳରେ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି । ସବୁଠି ପାରଦ ଖସିଛି । ସିମିଳିଗୁଡ଼ା ସବୁଠୁ ଅଧିକ ଥଣ୍ଡା ରହିଛି । ସେଠାରେ ତାପମାତ୍ରା ୬.୧ ଡିଗ୍ରୀ ହୋଇଛି । ସେହିପରି କୋରାପୁଟରେ ୬.୮, ଦାରିଙ୍ଗିବାଡ଼ିରେ ୭.୦, ଫୁଲବାଣୀରେ ୭.୦, ଝାରସୁଗୁଡା ୮.୬, ନବରଙ୍ଗପୁରରେ ୮.୬, ଜି ଉଦୟଗିରି ୮.୪, ରାଉରକେଲାରେ ୮.୫ ଡିଗ୍ରୀ ରେକର୍ଡ ହୋଇଛି ।
