Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୨ରୁ ୩ ଡିଗ୍ରୀ କମିବ ରାତି ତାପମାତ୍ରା

Posted on November 10, 2025

ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା। ଖସିବ ରାତି ପାରଦ। ଶୁକ୍ରବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀ ଥିଲା । ଶନିବାର ଏହା ୧୧ ଡିଗ୍ରୀକୁ ଖସିଛି । ଝାରସୁଗୁଡ଼ାରେ ୧୫.୮ରୁ ୧୧.୭ ଡିଗ୍ରୀକୁ ଖସିଛି । ରାଉରକେଲାରେ ୧୬.୧ରୁ ୧୩.୨ ଓ ଭଦ୍ରକରେ ୧୫.୫ରୁ ୧୪ ଡିଗ୍ରୀକୁ ଖସିଛି । ସୋମବାର ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀକୁ ଖସିପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି ।

ରାଜ୍ୟର ୯ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ସର୍ବନିମ୍ନ ୧୧ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ଫୁଲବାଣୀରେ ୧୨, ରାଉରକେଲାରେ ୧୩.୨, ଭଦ୍ରକରେ ୧୪, ଅନୁଗୁଳ ଓ କୋରାପୁଟରେ ୧୪.୬, ଭବାନୀପାଟଣାରେ ୧୫, ବଲାଙ୍ଗୀରରେ ୧୫.୭ ଡିଗ୍ରୀ ରେକର୍ଡ ହୋଇଛି ।

ଖାଲି ଏହି ୯ଟି ସହର ନୁହେଁ, ଆହୁରି ଅନେକ ସହରର ତାପମାତ୍ରା ଖସିଛି । ରାଜଧାନୀ ଭୁବନେଶ୍ୱରର ରାତି ତାପମାତ୍ରା ୧୭.୪ ଡିଗ୍ରୀ ରହିଥିଲା । ଏହା ସହର ପାଇଁ ଚଳିତବର୍ଷର ସବୁଠୁ କମ୍‌ ତାପମାତ୍ରା । ଭବାନୀପାଟଣାରେ ୧୫, ବଲାଙ୍ଗୀରରେ ୧୫.୭, ସୋନପୁରରେ ୧୬.୫, ଟିଟିଲାଗଡ଼ ଓ ସମ୍ବଲପୁରରେ ୧୭, ହୀରାକୁଦରେ ୧୭.୨ ନବରଙ୍ଗପୁରରେ ୧୮.୫ ଡିଗ୍ରୀ ରେକର୍ଡ ହୋଇଛି । ଆଗକୁ ରାତି ତାପମାତ୍ରା ଆହୁରି ଖସିବ । ଏବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପାରଦ ୧୫ ଡିଗ୍ରୀରୁ ତଳକୁ ଖସିଛି ।

ରବିବାର ରାତିରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ । ଏବେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ଆସୁଛି । ଏହା ପ୍ରଭାବରେ ରବିବାର ରାତିରୁ ରାଜ୍ୟର କିଛି ଅଞ୍ଚଳରେ ଉଭୟ ଦିନ ଓ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ଶୀତ ଅନୁଭୂତ ହୋଇପାରେ । ଆସନ୍ତା ୨ରୁ ୩ ଦିନରେ ପାରଦ ଆହୁରି ୩ରୁ ୪ ଡିଗ୍ରୀ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme