Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୨ରୁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

Posted on January 26, 2026

ରାଜ୍ୟରେ କୃଷକମାନଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିଜୁ ଜନତା ଦଳ(ବିଜେଡି) ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିବା ସହିତ ଆନ୍ଦୋଳନର ଚେତାବନୀ ଦେଇଛି।
ଶଙ୍ଖ ଭବନରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଭାଜପା ଚାଷୀମାନଙ୍କୁ କେବଳ ଭୁଆଁ ବୁଲାଉଛି। ପ୍ରଥମେ ଚାଷୀମାନଙ୍କୁ ସାର ମୁଠାଏ ଦେବା ପାଇଁ ହନ୍ତସନ୍ତ କରିବା ପରେ ଏବେ ଉତ୍ପାଦିତ ଧାନ କିଣିପାରୁନାହିଁ। ଏହାକୁ ନେଇ କୃଷକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଭାଜପା ରାଜ୍ୟର ଶାସନ ଭାର ହାତକୁ ନେବାପରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି।
ପ୍ରସନ୍ନ ଆହୁରି କହିଛନ୍ତି, ଚଳିତବର୍ଷ ରାଜ୍ୟରେ ପ୍ରଥମଥର ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟରେ ଚଳିତବର୍ଷ ୧୯ ଲକ୍ଷ ୬୬ ହଜାର ୧୮୧ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଏବେସୁଦ୍ଧା ମାତ୍ର ୨୯ପ୍ରତିଶତ ଚାଷୀଙ୍କଠାରୁ ଧାର୍ଯ୍ୟ ୭୩ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ମାତ୍ର ୨୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଅର୍ଥାତ୍‌ ମାତ୍ର ୩୪ପ୍ରତିଶତ ଧାନ କିଣାଯାଇଛି। ଏହି ସମୟ ମଧ୍ୟରେ ଛତିଶଗଡ଼ ୧ ଲକ୍ଷ ୨୬ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରିଛି। ଓଡ଼ିଶା ଧାନ ସଂଗ୍ରହରେ କିପରି ବିଫଳ ହୋଇଛି ତାହା ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଧାନ ସଂଗ୍ରହ ତଥ୍ୟ ଦେଖିଲେ ସ୍ପଷ୍ଟ ହେଉଛି।
ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା କହିଥିଲେ, ଭାଜପା ବିନା କଟ୍‌ନି ଛଟ୍‌ନିରେ ଧାନ କିଣିବ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ଏବେ ବ୍ୟାପକ କଟ୍‌ନି ଛଟ୍‌ନି ହେଉଛି। ବିଧାୟକ ଅରୁଣ କୁମାର ସାହୁ କହିଥିଲେ, ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାରୀ ତଥ୍ୟ ଅନୁଯାୟୀ, ୪୦ ହଜାରରୁ ଊର୍ଦ୍ଧ୍ୱ ମହିଳା ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହୋଇଛନ୍ତି। ସାମ୍ପ୍ରଦାୟିକ ଉତ୍ତେଜନା ଓ ଦଙ୍ଗା ଇତ୍ୟାଦି ଘଟଣା ଅହେତୁକ ଭାବେ ବୃଦ୍ଧିପାଇଛି। ସଂଖ୍ୟାଲଘୁମାନେ ଭୀତତ୍ରସ୍ତ ଅଛନ୍ତି। ରାଜ୍ୟର ପୋଲିସ ଷ୍ଟେଶନଗୁଡ଼ିକ ଏବେ ଭାଜପା ନେତା ଓ କର୍ମୀଙ୍କ କବ୍‌ଜାରେ, ସାଧାରଣ ଲୋକଟିଏ ଏବେ ଥାନାକୁ ଯିବା ପାଇଁ ଭୟ କରୁଛି। ଏହାକୁ ନେଇ ଫେବୃଆରୀ ୨ରୁ ୧୭ ପର୍ଯ୍ୟନ୍ତ ରାଜ୍ୟର ପ୍ରତିଟି ଜିଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ଓ ୨୪ ତାରିଖରେ ରାଜଧାନୀ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ ହେବ ବୋଲି ସାହୁ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ତଥା ଦଳର ପିଏସି ସଦସ୍ୟା ଟୁକୁନି ସାହୁ ଉପସ୍ଥିତ ଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme