
ଅଗାମୀ ତିନି ମାସ ପାଇଁ ରାଜ୍ୟର ୧୯ଟି ଜିଲ୍ଲାର ହିତାଧିକାରୀଙ୍କୁ ପ୍ରତି ପରିବାରକୁ ଅତିରିକ୍ତ ୫ କେଜି ଚାଉଳ ମିଳିବ । ଏହି ଘୋଷଣା କରିଛି ଖାଦ୍ୟ, ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ । ନଭେମ୍ବର ୧୦ ମଧ୍ୟରେ ବଣ୍ଟନ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ଯୋଜନାରେ ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, କଟକ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ସହିତ ମୋଟ ୧୯ ଜିଲ୍ଲା ଅନ୍ତର୍ଭୁକ୍ତ ଅଛନ୍ତି ।
ପ୍ରାୟ ୨ କୋଟି ୪୦ ଲକ୍ଷ ହିତାଧିକାରୀ ଏବଂ ୭୦ ଲକ୍ଷରୁ ଅଧିକ ପରିବାର ଏହାରୁ ଲାଭାନ୍ବିତ ହେବେ । ଏହି ଅତିରିକ୍ତ ଚାଉଳ ମିଳିବ ଆଧାର ସଂଯୁକ୍ତ ଜାତୀୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ।
