Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୭ରେ ଘୂର୍ଣ୍ଣିବଳୟ ସମ୍ଭାବନା

Posted on October 11, 2025

ଆସନ୍ତା ୧୫ ତାରିଖରୁ ରାଜ୍ୟରେ ରାତି ତାପମାତ୍ରା କମିପାରେ । ୧୭ ତାରିଖ ସୁଦ୍ଧା କେତେକ ଆଭ୍ୟନ୍ତରୀଣ ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରୀ କମିବ । କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ରାତି ତାପମାତ୍ରା ଅନ୍ୟ ସବୁ ଜିଲ୍ଲା ତୁଳନାରେ କମ୍‌ ରହିପାରେ । ଏ ସବୁ ସ୍ଥାନରେ ଶିଶିରପାତ ବା କୁହୁଡ଼ି ଦେଖାଦେବ ।

ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ । ୧୩ ଓ ୧୪ ତାରିଖରେ ସମୁଦ୍ର ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ୧୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ସମୁଦ୍ରରେ ୫ ଦିନରୁ ଅଧିକ ରହି ଘନୀଭୂତ ହୋଇପାରେ । ଏହା କେତେ ଘନୀଭୂତ ହେବ ଓ କେଉଁ ଆଡ଼କୁ ଗତି କରିବ ତାହା ଏବେଠାରୁ ଆକଳନ କହିହେବନି ବୋଲି ସେ କହିଛନ୍ତି ।

ଅଷ୍ଟ୍ରେଲିଆର ବିଓଏମ୍‌, ଆମେରିକାର ଏନ୍‌ଓଏଏ ତଥା ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ ତଥ୍ୟକୁ ଉଲ୍ଲେଖ କରି ପ୍ରଫେସର ପଶୁପାଳକ କହିଛନ୍ତି, ଏବେ ଲା ନିନା ଆସିଯାଇଛି । ୨୦୨୬ ଜାନୁୟାରୀ ମାସ ଯାଏ ସ୍ୱଳ୍ପ ଅବଧି ପାଇଁ ଏହା ରହିପାରେ । ଲା ନିନା ସମୟରେ କେତେକ ବର୍ଷ ଅତ୍ୟଧିକ ବର୍ଷା ଓ ଶୀତ ହୋଇଥାଏ ବୋଲି ସେ କହିଛନ୍ତି । ୧୩ ତାରିଖରୁ ଦକ୍ଷିଣ ପଶ୍ଚିମ ବାୟୁ ପରିବର୍ତ୍ତନ ହୋଇ ଉତ୍ତର-ପୂର୍ବ ବାୟୁ ଉପକୂଳରେ ବହିବ । ଏହା ପରିବର୍ତ୍ତିତ ମୌସୁମୀକୁ ସୂଚାଉଛି । ଗତ ୨୭ ତାରିଖରୁ ୯ ତାରିଖ ଯାଏ ମୌସୁମୀ ବାୟୁ କୌଣସି ସ୍ଥାନରେ ପଛକୁ ହଟିନି ବୋଲି ସେ କହିଛନ୍ତି ।

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା ୩ରୁ ୪ ଦିନରେ ଓଡ଼ିଶାର କିଛି ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇପାରେ । ସେହିଭଳି ୧୧ ତାରିଖରେ କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ଅଧିକ ବର୍ଷା ହେବ । ଶନିବାର ଓ ରବିବାର ଦୁଇ ଦିନ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଏହି ସବୁ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ ଦିଆଯାଇଛି । ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ୧୧.୨ ମିମି ଓ ରାୟଗଡ଼ାରେ ୫.୪ ମିମି ବର୍ଷା ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme