Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା

Posted on December 10, 2025

ଅଷ୍ଟ୍ରେଲିଆରେ ଆଜିଠାରୁ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ କଡା ପ୍ରତିବନ୍ଧକ ଲାଗୁ କରାଯାଇଛି। ସରକାରଙ୍କ ଏହି ନୂତନ ଆଇନ୍ କାର୍ଯ୍ୟକାରୀ ହେବା ବାଧ୍ୟତାମୂଳକ। ଏହି ପ୍ରତିବନ୍ଧକ ଅଧୀନରେ ଟିକଟକ୍, ୟୁଟ୍ୟୁବ୍, ମେଟାର ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଭଳି ବଡ଼ ଆପ୍ସ ସହିତ ଥ୍ରେଡ୍ସ, ଏକ୍ସ (ଟ୍ୱିଟର), ସ୍ନାପଚାଟ୍, କିକ, ଟ୍ବିଚ୍ ଏବଂ ରେଡିଟ୍ ପ୍ଲାଟଫର୍ମ ମଧ୍ୟ ସାମିଲ ରହିଛି।

ଅଷ୍ଟ୍ରେଲିଆ ସରକାରଙ୍କ ସୂଚନାନୁଯାୟୀ, ଏହି ନିଷ୍ପତ୍ତି ଯୁବପିଢିଙ୍କୁ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ନିଆଯାଇଛି। ଏଲନ୍ ମସ୍କଙ୍କ ଏକ୍ସ ସମେତ ଫେସବୁକ୍, ଟିକଟକ୍ ଏବଂ ୟୁଟ୍ୟୁବ୍ ଭଳି ପ୍ରମୁଖ ପ୍ଲାଟଫର୍ମଗୁଡ଼ିକ ଏହି ନିୟମ ପାଳନ କରିବାକୁ ଏବଂ ୧୬ ବର୍ଷରୁ କମ୍ ବୟସର ଉପଭୋକ୍ତାମାନଙ୍କୁ (Teenagers) ଏଥିରୁ ହଟାଇବା ପାଇଁ ସହମତି ପ୍ରକାଶ କରିଛନ୍ତି।

ତେବେ, ଡିସ୍କାର୍ଡ, ଗୁଗଲ କ୍ଲାସରୁମ୍, ମେସେଞ୍ଜର, ଗିଟହବ୍, ହ୍ବାଟସଆପ୍, ଲେଗୋ ପ୍ଲେ, ଷ୍ଟିମ୍, ରୋବଲୋକ୍ସ ଏବଂ ୟୁଟ୍ୟୁବ୍ କିଡ୍ସ ଭଳି କେତେକ ପ୍ଲାଟଫର୍ମ ଉପରେ କୌଣସି ପ୍ରତିବନ୍ଧକ ଲାଗୁ କରାଯାଇନାହିଁ।
ଏହାରି ମଧ୍ୟରେ ଅଷ୍ଟ୍ରେଲିଆ ସରକାରଙ୍କ ଇ-ସୁରକ୍ଷା ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ କିଛି ପ୍ଲାଟଫର୍ମ ଏବେ ବି ବିଚାରାଧୀନ ରହିଛି ଏବଂ ପ୍ରତିବନ୍ଧକ ତାଲିକା ଚୂଡ଼ାନ୍ତ ହୋଇନାହିଁ। ଆଗକୁ ଏଥିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ମଧ୍ୟ ଏହି ପ୍ରତିବନ୍ଧକ କମ୍ ବୟସର ପିଲାଙ୍କ ପାଇଁ ଲାଗୁ କରାଯାଇଥିବା କଥାକୁ ଦୋହରାଇଛନ୍ତି।

ଅନ୍ୟପଟେ ଏହି ନିଷ୍ପତ୍ତିରେ ଉଲ୍ଲଂଘନକାରୀ ପିଲା କିମ୍ବା ସେମାନଙ୍କ ବାପା-ମାଙ୍କୁ ଦଣ୍ଡ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। କିନ୍ତୁ, ନିୟମ ଉଲ୍ଲଂଘନ କରୁଥିବା କମ୍ପାନୀଗୁଡ଼ିକୁ ୪୯.୫ ମିଲିୟନ ଅଷ୍ଟ୍ରେଲିଆ ଡଲାର ପର୍ଯ୍ୟନ୍ତ ଜୋରିମାନା କରାଯାଇପାରେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପହିଲାରୁ ନୂଆ ନିୟମ : ବନ୍ଦ ହେବ ନଗଦ ପେମେଣ୍ଟ
  • ୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (464)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (262)
©2026 JBR Samachar | Design: Newspaperly WordPress Theme