Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

Posted on December 21, 2025

କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ ବିଡ୍‌ ଦାଖଲ କରିବାକୁ ଯାଉଛି। ସେହି ଏୟାରପୋର୍ଟ ମଧ୍ୟରେ ଅମୃତସର ଏବଂ ବାରାଣସୀ ରହିିଛି। ସମ୍ପ୍ରତି ଆଦାନୀ ଏଣ୍ଟରପ୍ରାଇଜେସ୍‌ ୭ଟି ବିମାନବନ୍ଦର ପରିଚାଳନା କରୁଥିବାବେଳେ ମୁମ୍ୱାଇ ନିକଟରେ ଅନ୍ୟ ଏକ ଏୟାରପୋର୍ଟ ନିର୍ମାଣ କରୁଛି। ଆଗାମୀ ୫ ବର୍ଷରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ ବିଲିୟନ ଡଲାର ବିନିଯୋଗରେ ଏୟାରପୋର୍ଟ ଭିତ୍ତିଭୂମିଗୁଡ଼ିକର ସମ୍ପ୍ରସାରଣ କରିବ। ସର୍ୱାଧିକ ବିମାନବନ୍ଦର ସହ ଗୌତମ ଆଦାନୀଙ୍କ କମ୍ପାନୀ ଭାରତର ସବୁଠୁ ବଡ଼ ଅପରେଟର ହେବାକୁ ଯାଉଛି। ତେବେ କମ୍ପାନୀ ଏୟାରଲାଇନ୍ସ କରିବା ଯୋଜନାରେ ନାହିଁ। ଆମେ ସମସ୍ତ ୧୧ ଏୟାରପୋର୍ଟ ପାଇଁ ବିଡ୍‌ ଦାଖଲ କରିବୁ ବୋଲି ଆଦାନୀ ଏୟାରପୋର୍ଟ ହୋଲ୍ଡିଂସ୍‌ ଲିଃର ନିର୍ଦ୍ଦେଶକ ଜିତ୍‌ ଆଦାନୀ କହିଛନ୍ତି। ବିମାନ ଚଳାଚଳ କ୍ଷେତ୍ରରେ ଜିଏମ୍‌ଆର୍‌ ଗ୍ରୁପ୍‌ ଏବେ ସର୍ୱବୃହତ୍‌ ଅପରେଟର ରହିଛି। ବର୍ତ୍ତମାନ ଦେଶରେ ୧୬୩ଟି ବିମାନବନ୍ଦର ଥିବାବେଳେ ୨୦୪୭ ସୁଦ୍ଧା ଏହାକୁ ୩୫୦ରୁ ୪୦୦ରେ ପହଞ୍ଚାଇବା ପାଇଁ ଯୋଜନା ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme