
ହ୍ୟୁମାନ ସାଗରଙ୍କ ଅକାଳ ଦେହାନ୍ତକୁ ନେଇ ରାଜ୍ୟରେ ବିବାଦ ଦିନକୁ ଦିନ ବଢ଼ୁଛି। କୋଶଳ ବାଦୀ ସଂଗଠନ ସହ ଅନ୍ୟାନ୍ୟ ସଂଗଠନ ଆଜି ଟାଉନ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି।
ହ୍ୟୁମାନ ସାଗରଙ୍କ ଇଭେଣ୍ଟ ମ୍ୟାନେଜର ଦୀନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଗୁରୁତର ଅଭିଯୋଗ ହୋଇଛି। ସଂଗଠନମାନେ ଦାବି କରିଛନ୍ତି ଯେ, ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ସଠିକ୍ ତଦନ୍ତ ହେବା ଆବଶ୍ୟକ।
ଦିନେଶ ଓ ପ୍ରଶାନ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଂଗଠନମାନେ ଜୋରଦାର ଦାବି କରୁଛନ୍ତି। ଘଟଣାର ସତ୍ୟତା ଉଜାଗର ପାଇଁ ଶୀଘ୍ର ତଦନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରାଯାଇଛି।
