
ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଶଙ୍ଖପୁର ଗ୍ରାମର ଡିହ ପଦା ସାହି ଠାରେ ହାତୀ ଆକ୍ରମଣରେ ଜଣ ଙ୍କର ମୃତ୍ୟୁ ଘଟିଛି । ମୃତକ ଜଣ ଙ୍କ ହେଲେ ଶଙ୍ଖପୁର ଗ୍ରାମର ଇଛା ଦେହୁରୀ । ସୂଚନା ଅନୁସାରେ, ଆଜି ସକାଳୁ ଇଛା ଘରୁ ବାହାରି ଶୌଚ ପାଇଁ ଯିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଇଛା ଙ୍କ ଚିତ୍କାର ଶୁଣି ଘର ଲୋକଙ୍କ ସହ ଗାଁ ଲୋକ ଆସି ହାତୀ ଟିକୁ ଘୋଉଡାଇବା ପରେ ଇଛାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
