Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହାଏ ବ୍ରୋ…ହ୍ୱାଟ୍‌ସ.. ଅପ୍…ଡାକରୁ ଆରମ୍ଭ ହେଉଛି କଥାବର୍ତ୍ତା, ଆଉ ଡାକୁନାହାନ୍ତି ମକର କି ବଉଳ

Posted on January 13, 2026

ହାଏ ବ୍ରୋ…ହ୍ୱାଟ୍‌ସ.. ଅପ୍…ଡାକରୁ ଆରମ୍ଭ ହେଉଛି କଥାବର୍ତ୍ତା । କିଏ ପୁଣି ବେଷ୍ଟି ଡାକୁଛନ୍ତି ତ କିଏ ଡୁଡ୍ । ଏହିଭଳି ଭାବେ ଆଧୁନିକ ଯୁବପିଢ଼ି ନିଜ ପ୍ରିୟ ତଥା ବନ୍ଧୁମାନଙ୍କୁ ଡାକୁଛନ୍ତି । ଆଉ ଏହି ଆଧୁନିକ ନାମକରଣ ଭିତରେ ଲୁଚିଯାଇଛି ମକର ଓ ବଉଳ ଡାକ । ଏକ ପ୍ରକାର ହଜିବାକୁ ବସିଲାଣି କହିଲେ ଭୁଲ୍ ହେବ ନାହିଁ । କାଁ ଭାଁ ଗାଁଗହଳିରେ ଯଦି କେହି ଡାକୁଥିବେ ନହେଲେ ନାହିଁ । ମକର, ବଉଳ, ସଙ୍ଗାତ, ମିତ ବସି ପରସ୍ପରକୁ ଡାକିବା ତ ଦୂରର କଥା ଆମ ଓଡ଼ିଆ ପରମ୍ପରାରେ ବନ୍ଧୁତ୍ୱର ଏଭଳି ନିଦର୍ଶନ ଥାଏ ବୋଲି ମଧ୍ୟ ବିଶେଷ କେହି ଜାଣନ୍ତି ନାହିଁ ।

ଆମ ସଂସ୍କୃତି ଓ ପରମ୍ପରାରେ ଅନ୍ୟକୁ ଆପଣାର କରିବାର ଅନେକ ରୂପ ରହିଛି । ସେଥିରୁ ନିବିଡ଼ ବନ୍ଧୁତା ବାନ୍ଧିବାର ଆଉ ଏକ ରୂପ ହେଉଛି ମକର ବସିବା । ଆଗରୁ ମକର ସଂକ୍ରାନ୍ତି ଆସିଲେ ସ୍ୱତନ୍ତ୍ର ଢଙ୍ଗରେ ଦୁଇ ବନ୍ଧୁ ମକର ବସୁଥିଲେ । ମକର ସଂକ୍ରାନ୍ତି ଦିନ ମକର ଚାଉଳକୁ ପରସ୍ପରକୁ ଖୁଆଇ ଝିଅ- ବୋହୂମାନେ ମକର ବସନ୍ତି । ଅଉ ଏ ସମ୍ପର୍କର ସାକ୍ଷୀ ହୋଇଥାଏ ମକର ଚାଉଳ । ଭଗବାନଙ୍କର ଏହି ପ୍ରସାଦକୁ ସାକ୍ଷୀ ରଖି ସବୁ ବର୍ଗର ମହିଳାମାନେ ମକର ବସନ୍ତି । କେବଳ ସାଙ୍ଗମାନେ କାହିଁକି ଅନେକ ସମୟରେ ଅଧିକ ବୟସର ମହିଳା ଅର୍ଥାତ୍ ଆଈ, ପିଉସୀ ମଧ୍ୟ ସେମାନଙ୍କ ନାତୁଣୀ କି ଝିଆରୀଙ୍କ ସହିତ ମକର ବି ବସିଥାନ୍ତି । କେତେକ ସ୍ଥାନରେ ପୁଅମାନେ ବି ମକର ବସିଥାନ୍ତି । ତା’ ପରଠୁ ଦୁଇ ସାଙ୍ଗ ପରସ୍ପରର ନାଁ ଧରି ଡାକିବା ବଦଳରେ ମକର ଡାକନ୍ତି । ହେଲେ ବର୍ତ୍ତମାନ ଏହା ପୁରୁଣାକାଳିଆ ଚିନ୍ତାଧାରା ହୋଇଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme