Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହାଇଦ୍ରାବାଦ ବିମାନବନ୍ଦରକୁ ବୋମା ଧମକ, ସୁରକ୍ଷିତ ଭାବେ ହେଲା ଲ୍ୟାଣ୍ଡିଂ

Posted on December 6, 2025

ତେଲେଙ୍ଗାନାର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରକୁ ପୁଣି ବୋମା ଧମକ । ଆଜି ଦୁଇଟି ଅଲଗା ଅଲଗା ବିମାନ ବନ୍ଦରକୁ ଇମେଲରେ ଧମକ ମିଳିଛି । ଏହି ଧମକ ଏୟାରପୋର୍ଟର କଷ୍ଟମର ସପୋର୍ଟ ଆଇଡିକୁ ମିଳିଥିଲା ।

ସୂଚନାନୁଯାୟୀ, ଆଜି ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ହାଇଦ୍ରାବାଦ ଯାଉଥିବା ବିମାନ BA277କୁ ବୋମା ଧମକ ମିଳିଥିଲା ବୋଲି ବିମାନବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ୫ଟା ୨୫ ମିନିଟରେ ହାଇଦ୍ରାବାଦରେ ପହଞ୍ଚିବା ପରେ ଏହା ସୁରକ୍ଷିତ ଭାବରେ ଲ୍ୟାଣ୍ଡିଂ କରିଥିଲା । କୁୱେତରୁ ହାଇଦ୍ରାବାଦ ଆସୁଥିବା ଆଉ ଏକ ବିମାନ KU 373କୁ ମଧ୍ୟ ବୋମା ଧମକ ମିଳିଥିଲା । ହେଲେ ଏହି ବିମାନଟି କୁୱେତରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିବା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅନ୍ୟପଟେ ଏହି ଭଳି ଭାବେ ଗତକାଲି କଷ୍ଟମର ସପୋର୍ଟ ଆଇଡିକୁ ମଧ୍ୟ ଧମକ ମିଳିଥିଲା । ଯାହା ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିଲା । ରାତି ୮ଟା ୪୫ ମିନିଟରେ ସୁରକ୍ଷିତ ଭାବେ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme