Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହାଇଓ୍ୱାକୁ ଧକ୍କା ଦେଲା ବୋଲେରୋ, ୫ ଆହତ

Posted on December 14, 2025

ଅଧା ରହିଗଲା ମା’ ତାରିଣୀଙ୍କ ଦର୍ଶନ । ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଡା ହୋଇଥିବା ଗୋଡି ବୋଝେଇ ହାଇଓ୍ୱାକୁ ଧକ୍କା ଦେଲା ବୋଲେରୋ । ଫଳରେ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଶନିବାର ବୋଲେରୋ ଯୋଗେ ବଡ଼ମ୍ବା ଥାନା ଅନ୍ତର୍ଗତ ମୁଗ ଗହୀର ଗ୍ରାମର ଏକ ପରିବାର ମା’ ତାରିଣୀଙ୍କ ଦର୍ଶନ କରିବାକୁ ଯାଉଥିଲେ। ହେଲେ ଯିବା ସମୟରେ ବିଳମ୍ବିତ ରାତି ୨ ଟା ସମୟରେ ଖୁଣ୍ଟୁଣୀ ନରସିଂହପୁର ୬୫ ନଂ ରାଜ୍ୟ ରାଜପଥର ବନମାଳିପୁର ଛକ ନିକଟରେ ବୋଲେରୋ ଚାଳକ ଭାରସାମ୍ୟ ହରାଇ ରାସ୍ତା ଉପରେ ଠିଆ ହୋଇ ଥିବା ଗୋଡି ବୋଝେଇ ହାଇୱାକୁ ପଛରୁ ଧକ୍କା ଦେଇଥିଲା । ଏଥିରେ ଗାଡି କ୍ଷତିଗ୍ରସ୍ତ ହେବା ସହ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ବିନ୍ଧାଣୀମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme