Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହକ ପାଇଁ ଶିତ କାକରରେ ପଡ଼ି ରହିଛନ୍ତି ୧୦ଟି ପରିବାର…

Posted on January 7, 2026

ତାଳଚେର ଲକେଇପଶି ଠାରେ ଆଜକୁ ୫ ଦିନ ହେବ ଶିତ କାକରରେ ଯୋରାଗାଡ଼ିଆ ଗ୍ରାମର ୧୦ ପରିବାର ନିଜର ହକ ପାଇଁ ପଡ଼ି ରହିଥିବା ଜଣା ପଡ଼ିଛି। ଭରତପୁର କୋଇଲା ଖଣି ପକ୍ଷରୁ ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ନ ଦେଇ ତାଙ୍କ ଜମିକୁ ଯୋର ଜବରଦସ୍ତ ଅଧିଗ୍ରହଣ କରୁଥିବାରୁ ବିରୋଧ କରିଛନ୍ତି ଏହି ପରିବାର ।

ସୂଚନା ଅନୁସାରେ ଯୋରାଗାଡ଼ିଆ ଗ୍ରାମର ୧୦ଟି ପରିବାରରଙ୍କ ଜମି ଲକେଇପଶି ଗ୍ରାମରେ ରହିଛି। ଏହି ଜମିକୁ ଭରତପୁର କୋଇଲା ଖଣି ଅଧିଗ୍ରହଣ ନକରି ସେମାନଙ୍କ ଜମି ଉପରେ ‌କୋଇଲା ଖନନ କରୁଛି। ଯାହାକୁ ନେଇ ଉକ୍ତ ୧୦ ପରିବାର ଗତ ୫ ଦିନ ହେଲା ବିରୋଧ କରିବା ସହିତ ଦିନରାତି ଶିତ କାକ‌ରରେ ଖଣି କର୍ତ୍ତୃପକ୍ଷଙ୍କୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ ଖଣି କର୍ତ୍ତୃପକ୍ଷ ପୁଲିସ୍‌ ପ୍ରଶାସନ ଭୟ ଦେଖାଇ ୧୦ ପରିପାର ସଦସ୍ୟଙ୍କୁ ସେଠାରୁ ଉଠି ଯିବାକୁ ବାଧ୍ୟ କରୁଛନ୍ତି। ହେଲେ ୧୦ ପରିବାର ନିଯୁକ୍ତି, ଥଇଥାନ ଏବଂ କ୍ଷତିପୂରଣଖଣି କର୍ତ୍ତୃପକ୍ଷ ପ୍ରଦାନ ନ କରିବା ଯାଏଁ ସେଠାରୁ ଉଠିବେ ନାହିଁ ବୋଲି ଚେତାବନି ନେଇଛନ୍ତି।

ଅପର ପକ୍ଷରେ ଦିନରାତି ଶିତକାକରରେ ପଡ଼ି ରହିଥିବାରୁ ଖଣି କର୍ତ୍ତୃପକ୍ଷ ନିଜର ମାନବିକତା ଭୂଲି ଯାଇ ଯୋର ଜବର ବ୍ଲାଷ୍ଟିଂ କରୁ ଥିବା ସେମାନେ ଅଭିଯୋଗ ଆଣିଛନ୍ତି ।ଏପରିକି ଗତକାଲି ବ୍ଲାଷ୍ଟିଂ ହେବା ଦ୍ବାରା କିଛି କୋଇଲା ଏବଂ ପଥର ଖଣ୍ଡ ସେମାନଙ୍କ ଉପରେ ପଡ଼ିଥିବାର ଅଭିଯୋଗ ଆଣିଛନ୍ତି ପରିବାର । ତେବେ ପୂର୍ବରୁ ଭରତପୁର ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉକ୍ତ ଜମିକୁ ଅଧି ଗ୍ରହଣ କରିବାକୁ ଉକ୍ତ ୧୦ ପରିବାର ପାଖକୁ ଏକ ନୋଟିସ ପ୍ରଦାନ କରାଯାଇଥିଲା। ଯେଉଁଥିରେ ଉକ୍ତ ପରିବାର ମାନଙ୍କୁ ତାଙ୍କର କ୍ଷତି ପୂରଣ ରାଶି ପ୍ରଦାନ କରିବାକୁ ଆଲୋଚନା କରାଯାଇଥିଲେ ମଧ୍ୟ କ୍ଷତି ପୁରଣ ନ ଦେଇ ଏଭଳି ଯୋର ଜବର ଦସ୍ତ ଖଣି ଅଧି ଗ୍ରହଣ କାର୍ଯ୍ୟ ଚଳାଇଥିବା ଅଭିଯୋଗ ଆଣିଛନ୍ତି ଏହି ୧୦ ପରିବାର ତେବେ ଏମ୍‌ସିଏଲ୍‌ର ଏଭଳି ଗୁଣ୍ଡାରାଜକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶପାଇଛି। ଆଗାମି ଦିନରେ ଜଦି ଏମ୍‌ସିଏଲ୍‌ ଏଭଳି ଟାଳଟୁଳ ନିତି ଅବଲମ୍ବନ କରେ ତେବେ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଭରତପୁର କୋଇଲା ଖଣିକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିବାକୁ ପଛାଇବୁ ନାହିଁ ବୋଲି ଚେତାବନି ଦେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme