Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହଂକଂ ତାଇ-ପୋର ଏକ ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ୪୪ ମୃତ

Posted on November 27, 2025

ହଂକଂ ତାଇ-ପୋର ଏକ ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ । ୪୪ଜଣ ଜୀଅନ୍ତା ଜଳିଯାଇଥିବା ବେଳେ ୩୦୦ଶହରୁ ଅଧିକ ନିଖୋଜ ଅଛନ୍ତି । ନିଆଁ ଲିଭାଇବାକୁ ୧୪୦ ଅଗ୍ନିଶମ ଗାଡ଼ି ଲାଗିଥିବା ବେଳେ, ୬୦ରୁ ଅଧିକ ଆମ୍ବୁଲାନ୍ସ ମୁତୟନ ହୋଇଛନ୍ତି । ପ୍ରାୟ ୯ଶହ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୪୫ ଜଣ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି ହଂକଂ ପୋଲିସ । ଅଗ୍ନିକାଣ୍ଡ ନେଇ ହଂକଂ ସିଟିରେ ଲେଭଲ ୫ ସର୍ତକ ସୂଚନା ଜାରି ହୋଇଛି । ୧୯୮୦ରେ ନିର୍ମିତ ଏକ ବିଲଡିଂର ମରାମତି କାର୍ଯ୍ୟ ପାଇଁ ବନ୍ଧା ଯାଇଥିବା ବାଉଁଶରେ ନିଆଁ ଲାଗି ଏକାଧିକ ବହୁତଳ କୋଠାକୁ ବ୍ୟାପିଥିଲା ।

ଏହି ସବୁ ଅଟ୍ଟାଳିକାରେ ପ୍ରାୟ ୪,୬୦୦ରୁ ଅଧିକ ଲୋକ ରହୁଥିବା ବେଳେ, ଅଧିକାଂଶ ବରିଷ୍ଠ ନାଗରିକ ଅଛନ୍ତି । ବିଗତ ୩ ଦଶନ୍ଧିରେ ଏହା ହଂକଂର ସବୁଠାରୁ ବଡ଼ ଅଗ୍ନିକାଣ୍ଡ ବୋଲି ସ୍ଥଆନୀୟ ଅଧିକାରୀ ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ନିଆଁ ନିୟନ୍ତ୍ରଣକୁ ଆସିନଥିବା ବେଳେ, ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଅଗ୍ନିବିପନ୍ନଙ୍କ ପାଇଁ ବିଭିନ୍ନ ଗୋଷ୍ଠୀ କେନ୍ଦ୍ର ଏବଂ ସ୍କୁଲରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲାଯାଇଛି । ସରକାର ଏକ ହାଉସିଂ ଟାସ୍କ ଫୋର୍ସ ଗଠନ କରି ବାସହରା ପରିବାରଙ୍କ ପାଇଁ ୧,୪୦୦ଟି ଘରର ବ୍ୟବସ୍ଥା କରିଛନ୍ତି। ଟ୍ରାଫିକ୍ ସମସ୍ୟା ଯୋଗୁଁ ୬ଟି ସ୍କୁଲକୁ ବନ୍ଦ ରଖାଯାଇଛି । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।

ହୁତୁ ହୁତୁ ହୋଇ ଜଳିଗଲା ୭ ନଭଶ୍ଚୁମ୍ଭୀ ଅଟ୍ଟାଳିକା । ହଂକଂ ଅଗ୍ନିକାଣ୍ଡରେ ୩୦୦ ଛୁଇଁପାରେ ମୃତ୍ୟୁ ସଂଖ୍ୟା । ରେସକ୍ୟୁ ଅପରେସନ ଏବେବି ଜାରିଥିବା ବେଳେ, ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ୪୪ ଜଣ ଜୀଅନ୍ତା ଜଳିଯାଇଥିବା ବେଳେ, ୫୮ ଜଣଙ୍କ ଗୁରୁତର ଅଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme