
ଶୀତଦିନେ ସୁସ୍ଥ ରହିବା ପାଇଁ ଲୋକମାନେ ନିଜ ଡାଏଟରେ ପରିବର୍ତ୍ତନ ଆଣିଥାନ୍ତି । ଡାଏଟରେ ପରିବର୍ତ୍ତନ ଆଣିବା ସହ ବିଟ୍କୁ ସାମିଲ୍ କରିବା ଆବଶ୍ୟକ । ଆଣ୍ଟିଅକ୍ସିଡାଣ୍ଟରେ ଭରା ବିଟ୍ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ । ଅନେକ ଲୋକ ଏହାରା ଉପକାରିତା ବିଷୟରେ ଜାଣନ୍ତି ନାହିଁ । ବିଟ୍ ଜୁସ୍ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ସ୍ମରଣ ଶକ୍ତିକୁ ବଢାଇଥାଏ । ବିଟ୍ ଜୁସରେ ଆଣ୍ଟିଇନଫ୍ଲାମେଟୋରୀ ଗୁଣ ରହିଥାଏ । ଫାଇବରରେ ଭରା ବିଟ୍ ଜୁସ୍ ପାଚନ ତନ୍ତ୍ର ପାଇଁ ଖୁବ୍ ଉପକାରୀ । ଏପରିକି ଏହାକୁ ସୁପରଫୁଡ୍ ଭାବେ ମଧ୍ୟ ଗ୍ରହଣ କରାଯାଇଛି । ବିଟ୍ ଭିଟାମିନ୍, ଖଣିଜ ପଦାର୍ଥ ଓ ଆଣ୍ଟି-ଅକ୍ସିଡାଣ୍ଟରେ ଭରା, ଯାହାକୁ ଶୀତ ଋତୁରେ ଡାଏଟରେ ସାମିଲ୍ କରିବା ଖୁବ୍ ଲାଭଦାୟକ ହୋଇଥାଏ । ଏହି ଜୁସରେ ଆଣ୍ଟି-ଅକ୍ସିଡାଣ୍ଟ ସହ ଇଲୋକ୍ଟ୍ରୋଲାଇଟ୍ସ ପରି ତତ୍ତ୍ୱ ରହିଛି, ଯାହା ମସ୍ତିଷ୍କ ଓ ହୃଦୟକୁ ସୁସ୍ଥ ରଖିଥାଏ ।
ଯଦି ଆପଣ ଉଚ୍ଚ ରକ୍ତଚାପରେ ପୀଡ଼ିତ, ତେବେ ନିୟମିତ ଏକ ଗ୍ଲାସ୍ ବିଟ୍ ଜୁସ୍ ପିଅନ୍ତୁ । ଏଥିରେ ନାଇଟ୍ରେଟ୍ ମାତ୍ରା ଅଧିକ ରହିଛି, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରି ରଖିଥାଏ ।
ଫାଇବରରେ ଭରପୂର ବିଟ୍ ପାଚନତନ୍ତ୍ର ପାଇଁ ବେଶ୍ ଲାଭଦାୟକ । ଯେଉଁମାନଙ୍କର କଫ ସମସ୍ୟା ରହିଛି, ସେମାନେ ଡାଏଟ୍ରେ ବିଟ୍ ଜୁସ୍ ସାମିଲ୍ କରିବା ଉଚିତ୍ । ଫଳରେ ମଳତ୍ୟାଗ ଜନିତ ସମସ୍ୟା ଦୂର ହୋଇପାରିବ । ନିୟମିତ ବିଟ୍ ଜୁସ୍ ପିଇବା ଦ୍ୱାରା ସ୍ମରଣଶକ୍ତି ବଢିଥାଏ । ଏଥିରେ ଥିବା ନାଇଟ୍ରେଟ୍ ରକ୍ତବାହିକା ନଳୀକୁ ସଂପ୍ରସାରିତ କରି ମସ୍ତିଷ୍କକୁ ରକ୍ତ ପ୍ରବାହ ବଢାଇଥାଏ । ଶକ୍ତି ବିଟ୍ ଜୁସ୍ ଭିଟାମିନ୍-ସି ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରା । ସେହିପରି ପୋଷକ ତତ୍ତ୍ୱରେ ଭରା । ଏହି ଜୁସ୍ ପିଇବା ରୋଗ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଫଳରେ ଅନେକ ରୋଗ ସଂକ୍ରମଣରୁ ରକ୍ଷା ମିଳିପାରିବ ।
ବିଟ୍ ଜୁସରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଥାଏ, ଯାହା ଶରୀରର ଅନେକ ଗମ୍ଭୀର ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏହି ଜୁସ୍ ପିଇବା ଦ୍ୱାରା ମୋଟାପଣ, ହୃଦ୍ଘାତ, ଯକୃତ ରୋଗ ପରି ଅନେକ ଘାତକ ରୋଗରୁ ରକ୍ଷା ମିଳିଥାଏ ।
