
ପାରିବାରିକ କଳହରୁ ନୃଶଂସ ହତ୍ୟାକାଣ୍ଡ। ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ଵାମୀ, ପୁଅ ଗୁରୁତର। ଯାଜପୁର ଜିଲ୍ଲା ଯଖପୁରା ଥାନା ରାବଣା ଗ୍ରାମ ନିକଟସ୍ଥ ଏକ ଇଟା ଭାଟିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଝାଡ଼ଖଣ୍ଡର କପିଳ ସୋରେନ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ରାମ ସୋରେନ ଓ କପିଳ ସୋରେନ ଝାଡ଼ଖଣ୍ଡରୁ ଆସି ରାବଣାର ଏକ ଇଟା ଭାଟିରେ ଶ୍ରମିକ ଭାବେ କାମ କରୁଥିଲେ। ସୋମବାର ଦୀପାବଳି ଥିବା ବେଳେ ରାମ ପ୍ରବଳ ମଦ୍ୟପାନ କରି ଘରକୁ ଫେରିଥିଲା। ବିଳମ୍ଵିତ ରାତିରେ ସ୍ତ୍ରୀ କପିଳ ଓ ପୁଅକୁ ପ୍ରବଳ ମାଡ଼ ମାରିଥିଲା। ଫଳରେ ଘଟଣାସ୍ଥଳରେ କପିଳର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି। ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ରାମ କେଉଁଆଡ଼େ ଫେରାର୍ ହୋଇଯାଇଛି।
