Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସ୍କୁଲ ପାଖ ତେଜରାତି ଦୋକାନରେ ମଦ ବିକ୍ରି କରି ବନ୍ଧା ହେଲେ ପୂର୍ବତନ ସରପଞ୍ଚଙ୍କ ପୁଅ ।

Posted on November 19, 2025

ସ୍କୁଲ ପାଖ ଦୋକାନରେ ମଦ ବିକ୍ରି କରି ବନ୍ଧା ହେଲେ ପୂର୍ବତନ ସରପଞ୍ଚଙ୍କ ପୁଅ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ଼ ଗାଁ ସ୍ଥିତ ରୋଡ଼ କୁନ୍ଦନଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖକୁ ଲାଗି ଥିବା ତେଜରାତି ଦୋକାନରେ ମଦ ବିକ୍ରି କରୁଥିବା ବେଳେ ମାଡି ବସିଥିଲା ପରଜଙ୍ଗ ପୋଲିସ। ଏଥିରେ ସମ୍ପୃକ୍ତ ରୋଡ଼ ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚଙ୍କ ପୁଅ ସଂଗ୍ରାମ ଶେଖର ସାହୁ ଗିରଫ ହୋଇଛନ୍ତି। ତାଙ୍କ ଠାରୁ ପ୍ରାୟ ୧୫ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରାଯାଇଛି। ତେବେ ଗତ କିଛି ଦିନ ତଳେ ସେ ଖୋଲେମ ଖୋଲା ମଦ ବିକ୍ରି କରୁଥିବାର ଏକ ଭିଡିଓ ଭାଇରଲ ହୋଇଥିଲା। ଏପରିକି ରୋଡ଼ ଗ୍ରାମ ପଞ୍ଚାୟତ ଏବଂ ଦୋଳଗୋବିନ୍ଦ ଗ୍ରାମ କମିଟି ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ଦିଆଯାଇଥିଲା। ଯାହାକୁ ଆଧାର କରି ପରଜଙ୍ଗ ଥାନା ଏସଆଇ ଦେବଗ୍ରାହୀ ମହାନ୍ତି ଏବଂ ତାଙ୍କର ଟିମ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ତେଜରାତି ଦୋକାନରୁ ବିଦେଶୀ ମଦ ଜବତ କରାଯାଇଥିଲା। ତେବେ ନିକଟରେ ସ୍କୁଲ ଏବଂ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଥିବାରୁ ଲୋକଙ୍କ ପ୍ରତି ଏହା ଏକ ବଡ଼ ପ୍ରଭାବ ପକାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ପରଜଙ୍ଗ ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme