
ନିଜ ବୟସ ଠାରୁ କମ୍ ଦେଖାଯିବା କେବଳ ମହିଳା ମାନଙ୍କର ଇଛା ନଥାଏ, ପୁରୁଷ ମାନଙ୍କର ମଧ୍ୟ ଏହି ଇଛା ରହିଥାଏ । ଯଦି ଆପଣ ବି ନିଜର ବଢୁଥିବା ସୟସକୁ କମ୍ କରିବାକୁ ଚାହୁଁଛନ୍ତି ତ, ଏହି ହଳଦୀଆ ରଙ୍ଗର ଫୁଲ ଆପଣଙ୍କୁ ସାହାଯ୍ୟ କରିପାରିବ । ଆଜ୍ଞା ହଁ ଏହି ହଳଦୀଆ ରଙ୍ଗ ଫୁଲର ନାଁ ହେଉଛି ସୋରିଷ ଫୁଲ । ଆର୍ୟୁବେଦ ଅନୁସାରେ ସୋରିଷ ତେଲ ବହୁତ ରୋଗରୁ ଉପଶମ ଦେଇଥାଏ ।
ଯଦି ଆପଣ ନିଜର ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଆପଣ ଆପଣଙ୍କ ରୋଷେଇ ଘରେ ସ୍ଥାନ ଦିଅନ୍ତୁ ସୋରିଷ ତେଲକୁ । ସୋରିଷ ତେଲରେ ରହିଥିବା ଭିଟାମିନ୍ ଯଥା: ଥାୟାମିନ୍, ଫ୍ଲୋଟେଟ୍ ଓ ନିୟୋସିନ୍ ଶରୀରର ମେଟାବୋଲିଜିମ୍ ବଢାଇଥାଏ ।
ସୋରିଷ ତେଲରେ ରହିଥିବା ଆଣ୍ଟିଅକ୍ସିଡେଣ୍ଟ୍ ତ୍ବଚାକୁ ଟାଇଟ୍ ରଖିଥାଏ ଯାହା ଦ୍ବାରା ତ୍ବଚା ଚମକି ଥାଏ । ଏଥିରେ ଥିବା ଭିଟାମିନ୍ ଏ, ସି ଓ କେ ଚେହେରା ଉପରେ ସଂକୁଚିତ ରେଖା ଆସିବାକୁ ଦେଇ ନଥାଏ । ମାନେ ଆପଣ ଅଧିକ ସମୟ ପର୍ୟ୍ୟନ୍ତ ଆପଣଙ୍କ ଯୌବନକୁ ଉପଭୋଗ କରିପାରିବେ ।
ଦାନ୍ତରେ ଯନ୍ତ୍ରଣା ଓ ପାଇରିଆ ସମସ୍ୟା ହେଉଥିଲେ ସୋରିଷ ତେଲରେ ଲୁଣ ମିଶାଇ ଆଙ୍ଗୁଠି ସାହାଯ୍ୟରେ ସେହି ସ୍ଥାନାକୁ ଧିରେ ଧିରେ ମାଲିସ୍ କରନ୍ତୁ । ଏହା କରିବା ଦ୍ବାରା ଦାନ୍ତ ମଜଭୂତ ରହିଥାଏ
କୃମି ହେବା ଯୋଗୁଁ ଭୋକ ଲାଗିବା ବନ୍ଦ ହୋଇଯାଇଥାଏ ତେଣୁ ଖାଇବାରେ ସୋରିଷ ତେଲକୁ ବ୍ୟବହାର କରନ୍ତୁ । ଦେଖିବେ ଆପଣଙ୍କ ଭୋକ ବଢାଇଥାଏ , ଏହା ସହ କୃମି ସମସ୍ୟ ଦୂର ମଧ୍ୟ ହୋଇଥାଏ ।
ଯଦି ଆପଣ ଥଣ୍ଡା ଜନିତ କୌଣସିବି ରୋଗରେ ପିଡିତ ତାହାଲେ ସୋରିଷ ତେଲ ବ୍ୟବହାର କରନ୍ତୁ । ଏଥିରେ ଥିବା ମ୍ୟାଗନେସିୟମ ଥଣ୍ଡାରୁ ଉପସମ ଦେଇଥାଏ । ଆଇ ମଧ୍ୟ ଛାତିରେ ନିୟମିତ ସୋରିଷ ତେଲ ମାଲିସ୍ କରିବା ଦ୍ବରା ଥଣ୍ଡା କମିଥାଏ ।
