Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସେଲ୍‌ଫି ନେବା ହେଲା କାଳ, ପାଣି ସୁଅରେ ଭାସି ଯୁବକ ନିଖୋଜ

Posted on October 1, 2025

 

ସେଲ୍‌ଫି ନେବା ହେଲା କାଳ । ସେଲ୍‌ଫି ନେଉଥିବା ବେଳେ ନଦୀରେ ଭାସିଗଲେ ଯୁବକ । ୧୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏବେ ଯାଏଁ ମିଳିନି ଯୁବକଙ୍କ ପତ୍ତା । ନିଖୋଜ ଯୁବକ ଜଣକ ମୁର୍ଶୀଦାବାଦର ସାହୀନ ଆଲାମ ଏବଂ ସେ ଯଶୀପୁରରେ ରହି ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ସ୍ଥିତ ଭଣ୍ଡନ ନଦୀରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟା ସମୟରେ ମୟୁରଭଞ୍ଜ ଜିଲ୍ଲା ଯଶୀପୁର ସ୍ଥିତ ଭଣ୍ଡନ ନଦୀର ରାମତୀର୍ଥ ଘାଟରେ ମୁର୍ଶୀଦାବାଦର ସାହୀନ ଆଲାମ ସେଲ୍‌ଫି ନେଉଥିଲେ । ଏହି ସମୟରେ ଯୁବକଙ୍କ ଗୋଡ଼ ଖସି ଯାଇ ନଦୀର ପ୍ରଖର ସୁଅର ଭାସିଯାଇଥିଲେ । ଯାହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ନିଖୋଜ ଘଟଣାକୁ ୧୬ ଘଣ୍ଟା ବିତିଯାଇଛି । ହେଲେ ଏବେ ସୁଦ୍ଧା ଯୁବକଙ୍କ ପତ୍ତା ମିଳିନାହିଁ । ଅଗ୍ନିଶମ ବାହିନୀ ଖୋଜାଖୋଜି  ଜାରି ରଖିଥିବା ବେଳେ ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme