
ମାଲେସିଆ ପାଖ ମାଲାକ୍କା ସମୁଦ୍ର ସନ୍ଧି ନିକଟରେ ସୃଷ୍ଟ ଘୂର୍ଣ୍ଣିବଳୟ ନେଲା ଲଘୁଚାପ ରୂପ ।। ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ଅବପାତରେ ପରିଣତ ହେବା ସମ୍ଭାବନା ଅଛି । ତା’ପରେ ଆହୁରି ଘନୀଭୂତ ହୋଇପାରେ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଆସନ୍ତା ୨୬/୨୭ ଯାଏଁ ଓଡ଼ିଶାରେ ବର୍ଷା ନେଇ କୌଣସି ପୂର୍ବାନୁମାନ ଦିଆଯାଇନାହିଁ । ସେପଟେ ଶ୍ରୀଲଙ୍କା ଉପକୂଳ ନିକଟରେ ଆଉ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆଗକୁ ଅଧିକ ଘନୀଭୂତ ହୋଇପାରେ ଆକଳନ କରାଯାଇଛି।
ଅପରପକ୍ଷରେ ବଙ୍ଗୋପାସଗରରେ ସମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେବ କି ନାହିଁ? ଏହାର ଗତିପଥ ଓ ତୀବ୍ରତାକୁ ନେଇ ବିଭିନ୍ନ ମଡେଲକୁ ନେଇ ବିଶେଷଜ୍ଞ ଆକଳନ କରିଛନ୍ତି। ମାତ୍ର ଏବେଠାରୁ କୌଣସି ସ୍ପଷ୍ଟ ଆକଳନ କରାଯାଇନି ।

