
ସୁପର-୪ରେ ବାଂଲାଦେଶକୁ ୪୧ ରନରେ ହରାଇ ଏସିଆ କପ୍ ଫାଇନାଲରେ ନିଜ ସ୍ଥାନ ସୁନିଶ୍ଚିତ କରିଛି ଭାରତ।
ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ, ଅଭିଷେକ ଶର୍ମାଙ୍କ ଧମାକାଦାର ୭୫ ରନରେ ୬ ୱିକେଟ ହରାଇ ୧୬୮ ରନ୍ ସଂଗ୍ରହ କରିଥିଲା। ପରେ ବୋଲିଂରେ ଭାରତୀୟ ବୋଲରମାନେ ବାଂଲାଦେଶକୁ ୧୯.୩ ଓଭରରେ ୧୨୭ ରନରେ ଅଲଆଉଟ୍ କରିଦେଲେ।
ଭାରତ ପକ୍ଷରୁ କୁଲଦୀପ ଯାଦବ ୩ଟି, ବରୁଣ ଚକ୍ରବର୍ତ୍ତୀ ୨ଟି ଓ ଯଶପ୍ରୀତ ବୁମରା ୨ଟି ୱିକେଟ୍ ନେଇଥିଲେ।
ଆସନ୍ତାକାଲି ସୁପର-୪ରେ ଭାରତ ଶ୍ରୀଲଙ୍କା ସହିତ ଭେଟିବ। ଅନ୍ୟପଟେ, ଆଜି ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ହେବାକୁଥିବା ମ୍ୟାଚରେ ଯିଏ ଜିତିବ, ସେହି ଦଳ ଫାଇନାଲରେ ପ୍ରବେଶ କରିବ।ଏସିଆ କପ୍ ଫାଇନାଲ ଆସନ୍ତା ସେପ୍ଟେମ୍ବର ୨୮ରେ ଖେଳାଯିବ।
