
ସୁନ୍ଦରଗଡ଼ :ମାତାଲ୍ ସ୍ବାମୀର ଉନ୍ମତ୍ତ କାଣ୍ଡ । ରାତିରେ ମଦ ପିଇ ସ୍ତ୍ରୀ ସହିତ ଝଗଡ଼ା ପରେ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ । କିଞ୍ଜିରକେଲା ଥାନା ବନ୍ଧବାହାଲ ନିକଟ ଗାଇଡେଗା ସୀମାପରାର ଘଟଣା। ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ପୁଲିସ । ମୃତା ହେଲେ ସଂଜୁ ତନ୍ତୀ (୩୬)। ଅଭିଯୁକ୍ତ ସ୍ବାମୀ ଅର୍ଜୁନ ସିଂ (୪୦)। ମଦ୍ୟପ ଅର୍ଜୁନ ସବୁବେଳେ ମଦ ପିଇ ଘରକୁ ଆସି ସ୍ତ୍ରୀ ସହ ଝଗଡ଼ା ଓ ମାଡ଼ପିଟ କରେ। ଗତକାଲି ରାତିରେ ବି ମଦ ନିଶାରେ ଆସି ସ୍ତ୍ରୀ ସହ ଝଗଡ଼ା କରିଥିଲା। ଅତିଷ୍ଠା ସ୍ତ୍ରୀ ଏହାର ପ୍ରତିବାଦ କରିଥିଲା। ବାସ୍ ଏତିକିରେ ଅର୍ଜୁନର ରାଗ ଚଢ଼ିଗଲା। ସେ ନିଜ ସ୍ତ୍ରୀର ତଣ୍ଟିଚିପି ହତ୍ଯା କରିଦେଇଥିବା ଅଭିଯୋଗ ହୋଇଛି।
