
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗାଢ଼ରଖାଇ ନାଲକୋ ଆଲୁମିନିୟମ ପାର୍କ ଅଞ୍ଚଳରୁ ୫ଜଣ ବ୍ରାଉନ ସୁଗାର ବେପାରି ଙ୍କୁ କାବୁ କରିଛି ସ୍ପେଶାଲ ସ୍କ୍ୱାର୍ଡ ଓ ବଅଁରପାଳ ପୋଲିସ । SDPO ରମାକାନ୍ତ ମହାଳିକ ଙ୍କ ସୂଚନା ଅନୁସାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଙ୍କ ଅପରେସନ ପ୍ରହାର 2 କୁ ନେଇ ବଅଁରପାଳ ଅଞ୍ଚଳରେ ଚଢାଉ କରାଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର୍ ପାଇ ସ୍ପେଶାଲ ସ୍କ୍ୱାର୍ଡ ଓ ବଅଁରପାଳ ଥାନା ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ପୋଲିସ ଆଲୁମିନିୟମ ପାର୍କ ଅଞ୍ଚଳରେ ପହଞ୍ଚିବା ଦେଖି ୫ଜଣ ଯୁବକ ଦୌଡ଼ି ପଳାଇବାକୁ ଉଦ୍ୟମ କରିବା ବେଳେ ପୋଲିସ ସେମାନଂକୁ କାବୁ କରିବାରେ ସଫଳ ହୋଇଥିଲା । ସେମାନଂକ ଠାରୁ ୭ ଗ୍ରାମ ରୁ ଉର୍ଦ୍ଧ ବ୍ରାଉନ ସୁଗାର, ୩୩ ହଜାର ଟଙ୍କା, ୭ ଟି ମୋବାଇଲ ଫୋନ, ଏକ ୟାମାହା ସ୍କୁଟି ଗାଡି ଜବତ କରିଥିଲେ।ସମସ୍ତ ଅଭିଯୁକ୍ତ କନ୍ୟାବେଡା ଓ ତାଳଚେର ବଲଣ୍ଡା ଅଞ୍ଚଳରୁ ବୋଲି ଜଣାପଡିଛି। ପରେ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି ବଅଁରପାଳ ପୋଲିସ।
