Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସିଭିଲ ଠିକାଦାର ସଙ୍ଘ ପକ୍ଷରୁ ୬ଦଫା ଦାବି ନେଇ ଏକ ଦାବିପତ୍ର MCL ର ଜଗନ୍ନାଥ ମହାପ୍ରବନ୍ଧକଙ୍କୁ ପ୍ରଦାନ

Posted on October 13, 2025

ତାଳଚେର ଆଞ୍ଚଳିକ ସିଭିଲ ଠିକାଦାର ସଙ୍ଘ ପକ୍ଷରୁ ୬ଦଫା ଦାବି ନେଇ ଏକ ଦାବିପତ୍ର MCL ର ଜଗନ୍ନାଥ ମହାପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି ।ଠିକାଦାର ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଶତାଧିକ ଠିକାଦାର ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ଦାବିପତ୍ର ପ୍ରଦାନ କରିଥିଲେ ।

ସୂଚନା ଅନୁସାରେ ବିଗତ ଦିନରେ ଠିକାଦାର ମାନେ ଏମ୍ସିଏଲର ଛୋଟ ଛୋଟ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ ବର୍ତ୍ତମାନ ସବୁ କାର୍ଯ୍ୟକୁ ଏକାଠି କରି ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ କାମକୁ ଇ ଟେଣ୍ଡର ମାଧ୍ୟମରେ ବାହାର କରୁଥିବାରୁ ଏଥିରୁ ବଞ୍ଚିତ ହେଉଛନ୍ତି ଠିକାଦାର । ଯାହାକୁ ନେଇ ଛୋଟ କାମ ପାଇଁ ମାନୁଆଲ ଟେଣ୍ଡର ସହ ଟେଣ୍ଡରର ଯୋଗ୍ୟତା ନିୟମ ସହଜିକରଣୀ ଓ ସ୍ଥାନୀୟ ଠିକାଦାରଙ୍କୁ ପ୍ରାଧାନ୍ୟ ଏବଂ ଦୁଇ ବର୍ଷ ଅବଧି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଆଦି ଦାବି ନେଇ ଠିକାଦାର ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଖୁବଶୀଘ୍ର ସମସ୍ତ ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବାକୁ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme