Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରଦାର୍‌, କମିଶନରେଟ୍ ପକ୍ଷରୁ ଟ୍ରାଫିକ୍‌ କଟକଣା

Posted on January 23, 2026

ରାଜ୍ୟସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଇଁ ଜୋର୍ଦାର ପ୍ରସ୍ତୁତି ଚାଲିଛି । ମହତ୍ମାଗାନ୍ଧୀ ମାର୍ଗରେ ପରେଡ୍ ଅଭ୍ୟାସ ଆରମ୍ଭ ହୋଇଛି । ଦେଶାତ୍ମବୋଧକ ଗୀତ ତାଳେ ତାଳେ ସାମରିକ ଓ ଅର୍ଦ୍ଧସାମରିକ ବାହିନୀ ସହ ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ପରେଡ୍‌ର କରିବେ । ଏଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥା ଉପରେ କଟକଣା ଲାଗୁ ହୋଇଛି ।

ପରେଡ୍ ଅଭ୍ୟାସ୍ ପାଇଁ ୨୩ ତାରିଖ ଅଭ୍ୟାସ ପରେଡ୍, ୨୪ ତାରିଖ ପୂର୍ଣ୍ଣ ଅଭ୍ୟାସ ପରେଡ ଏବଂ ୨୬ ତାରିଖ ସକାଳ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ ସକାଳ ୬ଟାରୁ ଆରମ୍ଭ ହୋଇ ପରେଡ ସରିବା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ସୁଗମନାଗମନ ଓ ପାର୍କିଂ ନିମନ୍ତେ ବିଭିନ୍ନ ରାସ୍ତାକୁ ବନ୍ଦ କରି ଦିଆଯିବ । ଗାନ୍ଧୀମାର୍ଗକୁ କୌଣସି ଗାଡ଼ିକୁ ଆସିବାକୁ ଦିଆଯିବନି । ଜନପଥ ଟ୍ରାଫିକ୍ ସ୍ୱାଭାବିକ ଭାବେ ଚଳାଚଳ କରିବ । କିନ୍ତୁ ମାଷ୍ଟର କ୍ୟାଣ୍ଟିନ୍ଠାରୁ ଗାନ୍ଧୀମାର୍ଗକୁ କୌଣସି ଗାଡ଼ି ଗଡ଼ିବାକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସଚିବାଳୟ ମାର୍ଗରେ ହାଉସିଂ ବୋର୍ଡରୁ ପିଏମ୍ଜି ପଟକୁ ଆସୁଥିବା ଗାଡ଼ି ଗୁଡ଼ିକ ରବୀନ୍ଦ୍ର ମଣ୍ଡପ ପୂର୍ବରୁ ବାମ ପଟକୁ ମୋଡ଼ କରିବେ । ଏଜି ଛକରୁ ପିଏମ୍‌ଜି ଛକ ଆଡକୁ ଆସୁଥିବା ଗାଡ଼ିଗୁଡ଼ିକ ଇନ୍ଦିରାଗାନ୍ଧୀ ପାର୍କ ପୂର୍ବରୁ ଡାହଣକୁ ମୋଡ କରିବେ । ୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡ଼ି ଗୁଡ଼ିକ ଏମ୍ଏଲ୍ଏ କଲୋନୀ ମୋଡରେ ବାମକୁ ଯିବେ ।

୨୪ ଓ ୨୬ ତାରିଖ ଦିନ ସକାଳ ୬ରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ । ଏହି ସବୁ ନିୟମ ଯଦି କେହି ଉଲ୍ଲଙ୍ଘନ କରିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ୨୬ ତାରିଖ ଦିନ ଯେଉଁମାନେ ରାଜ୍ୟସ୍ତରୀୟ ପରେଡ୍ ଦେଖିବାକୁ ଯିବେ ସେମାନଙ୍କ ପାଇଁ ପୁଲିସ୍ ପାର୍କିଂ ବ୍ୟବସ୍ଥା କରିଛି । ରେଲୱେ ଷ୍ଟେସନ୍ ପାଖ ବିଡିଏ ବସ୍ଷ୍ଟାଣ୍ଡ, କଂଗ୍ରେସ୍ ଭବନ ସମ୍ମୁଖରେ ଥିବା ଖାଲି ସ୍ଥାନ, ଇଡକଲ ଅଡିଟୋରିୟମ ପାଖ ଖୋଲା ସ୍ଥାନ, ଜୟଦେବଭବନ ସାମ୍ନା, ୟୁନିଟ୍-୩ ଏସ୍ବିଆଇ ସାମ୍ନା, ରବୀନ୍ଦ୍ର ମଣ୍ଡପ ସାମ୍ନା ଓ ୟୁନିଟ୍-୧ ବାଳିକା ଉଚ୍ଚ ବିଦ୍ୟାଳୟରେ କାର୍ ଓ ବାଇକ୍ ରଖି ପାରିବେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme