
ବିସିସିଆଇ ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ରିଷଭ ପନ୍ତ ପୁଣି ଟିମକୁ ଫେରିଛନ୍ତି । ଆହତ ଜନିତ କାରଣରୁ ଟିମରୁ ବିଶ୍ରାମ ଦିଆଯାଇଥିଲା । ହେଲେ ସୁସ୍ଥ ହେବା ପରେ ରିଷଭ ପନ୍ତଙ୍କୁ ଟିମର ଉପଅଧିନାୟକ ପଦ ଦିଆଯାଇଛି ।
ଟେଷ୍ଟ ସିରିଜ ପାଇଁ ୧୫ ଜଣିଆ ଟିମ୍ : ଶୁବମନ ଗିଲ (ଅଧିନାୟକ), ରିଷଭ ପନ୍ତ(ୱିକେଟ କିପର), ଯଶସ୍ବୀ ଜୟସଓ୍ବାଲ, କେ.ଏଲ. ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକ୍କିଲ, ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, କୁଲଦୀପ ଯାଦବ ଏବଂ ଆକାଶ ଦୀପ ରହିଛନ୍ତି । ପ୍ରଥମ ଟେଷ୍ଟ : ୧୪ ରୁ ୧୮ ନଭେମ୍ବର, ଦ୍ବିତୀୟ ଟେଷ୍ଟ : ୨୨ ରୁ ୨୬ ନଭେମ୍ବର

