Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସାଇବର କ୍ରାଇମ୍‌ର ଶିକାର ହେଲେ ଡାକ୍ତରାଣୀ…

Posted on December 19, 2025

ଆପଣଙ୍କ ନାଁରେ ଅର୍ଡର ଆସିଛି । ଆଧାର କାର୍ଡ ଲିଙ୍କ୍ ହେଲା । ଲିଙ୍କ୍ ହେଲା ପରେ ଜଣାପଡିଲା ଯେ, ନାଁରେ ଆସିଛି ସନ୍ଦେହଜନକ ବ୍ୟାଗ୍ । ଆଉ ବ୍ୟାଗ ସହ ସଂଗୀନ ଅଭିଯୋଗ ବି ଥିବା ଜଣାପଡିଲା । ସଂଗେ ସଂଗେ ମାମଲା ପୋଲିସକୁ ଟ୍ରାନ୍ସଫର ବି ହେଲା । ହେଲେ ସେ ପୋଲିସ ଅସଲି ନଥିଲେ ବରଂ ଥିଲେ ନକଲି ।

ଭେରିଫିକେସନ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଧମକ ବି ମିଳିଲା । ନଚେତ ତାଙ୍କୁ ଗିରଫ କରାଯିବ ବୋଲି ଧମକ ଦିଆଗଲା । ଯଦି ଏଥିରେ ସହଯୋଗ ନ କରନ୍ତି ଅସୁବିଧାର ସମ୍ମୁଖିନ ହେବେ ବୋଲି କୁହାଗଲାା । ଏମିତି ଦୁଇ ଦିନର ଅନେକ ତାମ୍ଝାମ ସର୍ବସ୍ୱ ହରାଇଲେ ମହିଳା ଡାକ୍ତର । ମାନେ ସାଇବର ଠକାମୀର ଶିକାର ହୋଇ ମହିଳା ଡାକ୍ତରଙ୍କ ଆକାଉଣ୍ଟରରୁ ଗାୟବ ହେଲା ୧୨ ଲକ୍ଷରୁ ଅଧିକ ଟଙ୍କା । ଏମିତି ଠକାମୀର ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି ରାୟଗଡାର ମହିଳା ଡାକ୍ତର ମମତା ଚୌଧୁରୀ ।

ଡାକ୍ତର ମମତାଙ୍କ ଅଭିଯୋଗ କ୍ରମେ ରାୟଗଡା ପୋଲିସ ଓ ପୋଲିସର ସାଇବର ସେଲ ବିଭାଗ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ରାୟଗଡା ଆଇଆଇସି ପ୍ରସନ୍ନ କୁମାର ବେହେରା ମାମଲା ରୁଜୁ ହୋଇନଥିବା କହିଛନ୍ତି । ତେବେ ଏନେଇ ଡାକ୍ତର ମମତା ଚୌଧୁରୀ ଗଣମାଧ୍ୟମ ଆଗରେ କୈଣସି ପ୍ରତିକ୍ରିୟା ରଖିନାହାନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme