Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସାଂଘାତିକ ସ୍ତରରେ ବାୟୁ ପ୍ରଦୂଷଣ, ଶନିବାର ସନ୍ଧ୍ୟାରୁ ଦିଲ୍ଲୀରେ ଗ୍ରାପ-୪ ଲାଗୁ

Posted on December 14, 2025

ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରରେ ପହଞ୍ଚିଛି । ପ୍ରଦୂଷଣ ସ୍ତର ଏତେ ବଢ଼ିଯାଇଛି ଯେ ଲୋକମାନେ ଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ୍) ଆଜି ସନ୍ଧ୍ୟାରେ ସବୁଠୁ କଠୋର ଗ୍ରାପ-୪ କଟକଣା ଲାଗୁ କରିଛନ୍ତି । ଏହା ପୂର୍ବରୁ ସିଏକ୍ୟୁଏମ୍ ଶନିବାର ସକାଳେ ପ୍ରଦୂଷଣ ସ୍ତର ବୃଦ୍ଧିର ମୁକାବିଲା କରିବା ଲାଗି ଗ୍ରାପ୍-୩ ଲାଗୁ କରିଥିଲେ । କିନ୍ତୁ ସନ୍ଧ୍ୟାରେ ପ୍ରଦୂଷଣ ବଢ଼ିବା ପରେ ତତ୍କାଳ ଗ୍ରାପ-୪ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀରେ ଶନିବାର ଅପରାହ୍ନରେ ଏକ୍ୟୁଆଇ (ବାୟୁ ଗୁଣବତ୍ତା ସୂଚକାଙ୍କ) ସ୍ତର ୪୩୧ ଥିଲା । କିନ୍ତୁ ସନ୍ଧ୍ୟା ୬ଟା ବେଳକୁ ତାହା ବୃଦ୍ଧି ପାଇ ୪୪୧ରେ ପହଞ୍ଚିଥିଲା । ଆଜି ସକାଳୁ ସମଗ୍ର ଦିଲ୍ଲୀ ଧୂଆଁ ଓ ଘନ କୁହୁଡିର ମୋଟା ଚାଦରରେ ଘୋଡ଼େଇ ହୋଇ ରହିଥିଲା । ଦୃଶ୍ୟମାନ ଦୂରତା ମଧ୍ୟ ହ୍ରାସ ପାଇଥିଲା । ୱାଜିରପୁରରେ ଏକ୍ୟୁଆଇ ସ୍ତର ସର୍ବାଧିକ ୪୪୫ ରହିଥିଲା ବେଳେ ବିବେକ ବିହାରରେ ୪୪୪, ଜାହାଙ୍ଗୀରପୁରୀରେ ୪୪୨, ଆନନ୍ଦ ବିହାରରେ ୪୩୯ ଓ ଅଶୋକ ବିହାରରେ ୪୩୭ ଏକ୍ୟୁଆଇ ସ୍ତର ପହଞ୍ଚିଥିବା ରେକର୍ଡ କରାଯାଇଛି । ସେହିଭଳି ନରେଲାରେ ଏକ୍ୟୁଆଇ ସ୍ତର ୪୩୨ ରେକର୍ଡ କରାଯାଇଥିଲା ବେଳେ ପଟପଡଗଞ୍ଜରେ ୪୩୧, ମୁଣ୍ଡକାରେ ୪୩୦, ଆଇଟିଓ ଓ ନେହରୁ ନଗରରେ ୪୨୯, ଚାନ୍ଦିନୀ ଚୌକ ଓ ପଞ୍ଜାବି ବାଗରେ ୪୨୩, ସିରି ଫୋର୍ଟ ଓ ସୋନିଆ ବିହାରରେ ୪୨୪, ବୁରାରୀରେ ୪୧୪, ନର୍ଥ କ୍ୟାମ୍ପସ ଓ ଆରକେ ପୁରମରେ ୪୦୮ ଏବଂ ଓଖଲାରେ ଏକ୍ୟୁଆଇ ସ୍ତର ୪୦୪ ରହିଛି ।

ଗ୍ରାପ-୪ କଟକଣା ଅନ୍ତର୍ଗତ ଜାତୀୟ ରାଜପଥ, ଅନ୍ୟାନ୍ୟ ସଡକ, ଫ୍ଲାଇଓଭର, ଓଭରବ୍ରିଜ ଓ ବିଦ୍ୟୁତ ବିତରଣ ପରିଯୋଜନା ସହ ଜଡିତ ସମସ୍ତ କାର୍ଯ୍ୟକୁ ଛାଡି ଅନ୍ୟ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ । ଦିଲ୍ଲୀରେ ଟ୍ରକ ଓ ଅନ୍ୟ ଭାରୀଯାନର ପ୍ରବେଶ ଉପରେ କଟକଣା ରହିବ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଆସୁଥିବା ଯାନ, ସିଏନ୍‌ଜି  ଓ ବୈଦ୍ୟୁତିକ ଟ୍ରକ ଏବଂ ବିଏସ୍-୬ ଇଞ୍ଜିନ ଥିବା ଟ୍ରକକୁ କଟକଣାରୁ ବାଦ୍ ଦିଆଯାଇଛି । ବାହାର ଗାଡି ପ୍ରବେଶ ଉପରେ ରୋକ୍ ଲାଗିବ । ଦିଲ୍ଲୀରେ ପଞ୍ଜିକୃତ ବିଏସ୍-୪ କିମ୍ବା ତାଠାରୁ ପୁରୁଣା ଭାରୀଯାନ ଚଳାଚଳ ବନ୍ଦ ରହିବ । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ପାଠପଢ଼ା ଅନ୍‌ଲାଇନ କିମ୍ବା ହାଇବ୍ରିଡ ମୋଡ୍ରେ କରାଯିବ । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ
  • ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ
  • ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା…
  • ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,500)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme