Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସରିଲା ୧୦ ମିନିଟ୍ ଡେଲିଭରିର ଯୁଗ! Blinkit, Zepto ଓ Swiggy କୁ ଝଟକା ଦେଲେ କେନ୍ଦ୍ରମନ୍ତ୍ରୀ।

Posted on January 14, 2026

ଦେଶରେ ଗ୍ରାହକଙ୍କୁ ମାତ୍ର ୧୦ ମିନିଟ ମଧ୍ୟରେ ସାମଗ୍ରୀ ପହଞ୍ଚାଇବା ପାଇଁ ଚାଲିଥିବା ପ୍ରତିଯୋଗିତା ଉପରେ ଏବେ ବ୍ରେକ୍ ଲାଗିଛି। ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଏହି ୧୦ ମିନିଟ୍ ଡେଲିଭରି ସୁବିଧା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡାଭିଆ ଏହି ପ୍ରସଙ୍ଗରେ ଦେଶର ପ୍ରମୁଖ କୁଇକ୍ କମର୍ସ କମ୍ପାନୀ ଯଥା ବ୍ଲିଙ୍କିଟ୍, ଜେପ୍ଟୋ, ସ୍ୱିଗି ଏବଂ ଜୋମାଟୋର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମାତ୍ର ୧୦ ମିନିଟରେ ଡେଲିଭରି ଦେବା ପାଇଁ କର୍ମଚାରୀମାନେ ଅତ୍ୟଧିକ ଚାପରେ ରହୁଥିଲେ। ଏହି କାରଣରୁ ରାସ୍ତାରେ ଅନେକ ସମୟରେ ଦ୍ରୁତ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଥିଲା। ଗତ ବର୍ଷ ଡିସେମ୍ବର ୨୫ ଏବଂ ୩୧ ତାରିଖରେ ଗିଗ୍ କର୍ମଚାରୀମାନେ ସେମାନଙ୍କ ସୁରକ୍ଷା ଏବଂ ଅନ୍ୟାନ୍ୟ ଦାବି ନେଇ ଏକ ବଡ଼ ଧରଣର ଧର୍ମଘଟ କରିଥିଲେ, ଯାହା ପରେ ସରକାର ଏହି ବିଷୟକୁ ଗମ୍ଭୀରତାର ସହ ନେଇଛନ୍ତି।
ସରକାରଙ୍କ ଏହି ନିଷ୍ପତ୍ତି ପରେ ବ୍ଲିଙ୍କିଟ୍ ସମେତ ସମସ୍ତ କମ୍ପାନୀ ଆଶ୍ୱାସନା ଦେଇଛନ୍ତି ଯେ, ସେମାନେ ନିଜର ଆପ୍‌, ବ୍ରାଣ୍ଡ୍ ବିଜ୍ଞାପନ ଏବଂ ସୋସିଆଲ ମିଡିଆରୁ ‘୧୦ ମିନିଟ୍ ଡେଲିଭରି’ ସ୍ଲୋଗାନକୁ ହଟାଇ ଦେବେ। ବ୍ଲିଙ୍କିଟ୍ ଅଲରେଡି ଏହାର ଫିଚର୍‌କୁ ବଦଳାଇ ଦେଇଛି ଏବଂ ଅନ୍ୟ କମ୍ପାନୀମାନେ ମଧ୍ୟ ଖୁବଶୀଘ୍ର ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହି ପଦକ୍ଷେପ ଫଳରେ ଲକ୍ଷ ଲକ୍ଷ ଡେଲିଭରି ପାର୍ଟନରଙ୍କ କାର୍ଯ୍ୟଶୈଳୀରେ ସୁଧାର ଆସିବା ସହ ସେମାନଙ୍କ ଜୀବନ ସୁରକ୍ଷିତ ରହିବ ବୋଲି ଆଶା କରାଯାଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme