Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସରକାର ଆଣିବେ ନୂଆ ଆଇନ; ବୁର୍ଖା ପିନ୍ଧିବା ହେବ ବ୍ୟାନ୍

Posted on October 9, 2025

ଇଟାଲୀର ଜର୍ଜିଓ ମେଲୋନି ସରକାର ସାରା ଦେଶରେ ବୁର୍ଖା ଉପରେ ବ୍ୟାନ୍‌ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଇଟାଲୀର ଶାସକ ଦଳ, ବ୍ରଦର୍ସ ଅଫ୍ ଇଟାଲୀ କହିଛି, ଦେଶର ସମସ୍ତ ସାର୍ବଜନୀନ ସ୍ଥାନରେ ବୁର୍ଖା ଏବଂ ହିଜାବ ସହିତ ମୁହଁ ଏବଂ ଶରୀର ଘୋଡାଇବା ଉପରେ କଟକଣା ଲଗାଯିବ। ଏଥିପାଇଁ ଏକ ବିଲ୍ ଆଗତ କରିବାକୁ ଯୋଜନା କରୁଛୁ। ଦଳ ଏହାକୁ ଇସଲାମିକ୍ ବିଚ୍ଛିନ୍ନତାବାଦ ବିରୁଦ୍ଧରେ ଏକ ବିଲ୍ ଭାବରେ ବର୍ଣ୍ଣନା କରିଛି।

ସାଂସଦ ଆଣ୍ଡ୍ରିଆ ଡେଲମାଷ୍ଟ୍ରୋ ବୁଧବାର ଏକ ଫେସବୁକ୍ ପୋଷ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଧାର୍ମିକ ସ୍ୱାଧୀନତା ପବିତ୍ର, କିନ୍ତୁ ଏହାର ଖୋଲାଖୋଲି ଭାବରେ ବ୍ୟବହାର ଆମର ସମ୍ବିଧାନ ଏବଂ ଇଟାଲୀର ରାଷ୍ଟ୍ର ନୀତି ପ୍ରତି ପୂର୍ଣ୍ଣ ସମ୍ମାନ ସହିତ କରାଯିବା ଉଚିତ।’

ପଲିଟିକୋ ଅନୁଯାୟୀ, ଏଭଳି  କଟକଣା ଅନୁସାରେ ସମସ୍ତ ଦୋକାନ, ସ୍କୁଲ ଏବଂ କାର୍ଯ୍ୟାଳୟ ସମେତ ସମସ୍ତ ସାର୍ବଜନୀନ ସ୍ଥାନରେ ମୁହଁ ଘୋଡ଼ାଇ ରଖିବା ଉପରେ ରୋକ ଲଗାଇବ।   ଉଲ୍ଲଂଘନକାରୀଙ୍କୁ ୩୦୦ ରୁ ୩୦୦୦ ୟୁରୋ (ପ୍ରାୟ 3 ଲକ୍ଷ ଟଙ୍କା) ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ଇଟାଲୀର ଜର୍ଜିଓ ମେଲୋନି ସରକାର ଦେଶରେ ବଢ଼ୁଥିବା ଇସଲାମୀକରଣକୁ  ଏଥିପାଇଁ ଦାୟୀ କରିଛନ୍ତି। ଏହା ସହ ଇସଲାମୀୟ ପ୍ରତୀକର ସାର୍ବଜନୀନ ପ୍ରଦର୍ଶନକୁ ସାଂସ୍କୃତିକ ବିଚ୍ଛିନ୍ନତାବାଦ ବୋଲି ସେ କହିଛନ୍ତି।  

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme