
ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ ଫରେଷ୍ଟ ସେକ୍ସନ ବିରାଶାଳ ଏୟାରଷ୍ଟ୍ରିପସ ବା ସରକାରୀ ବିମାନ ଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଗତି ର ପାଚେରି କାନ୍ଥକୁ ଭାଙ୍ଗିଛନ୍ତି ହାତୀ ପଲ। ଗତ ରାତିରେ ଏକ ହାତୀ ପଲ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ଆସି ବିରାଶାଳ ଏୟାରଷ୍ଟ୍ରିପସ ପାଚେରି କାନ୍ଥକୁ ଭାଙ୍ଗି ଦେଇଥିଲେ। ଗତିର କର୍ତ୍ତୃପକ୍ଷ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ପହଞ୍ଚି ହାତୀ ଗୁଡିକ ଘଉଡ଼ାଇଥିଲେ। ତେବେ ହାତୀ ପଲଙ୍କ ଉତ୍ପାତକୁ ନେଇ ଆତଙ୍କିତ ରହିଛନ୍ତି ଅଞ୍ଚଳବାସୀ।

