Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ 

Posted on October 9, 2025

ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରୁ ଜଣାଯାଇଛି ଯେ ମା’ ସମଲେଶ୍ବରୀ ମନ୍ଦିର ବିକାଶ କାମ ୩୧୬ କୋଟି ଟଙ୍କା ବିନିଯୋଗରେ  ୮୨ ଏକର ପରିମିତ ଅଞ୍ଚଳରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି । ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଚାରିପାଖର କରିଡର ନିର୍ମାଣ, ଗୋପାଳଜିଉ ମଠର ବିକାଶ, ଦୀପ ଘର, ପାର୍କିଂ ସୁବିଧା, ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ସହିତ ଅନ୍ୟାନ୍ୟ ଯାତ୍ରୀ ଓ ଦର୍ଶନାର୍ଥୀ ସୁବିଧା ଉପଲବ୍ଧ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟରେ ଭକ୍ତ ନିବାସ, ଲେକ୍‌ ଜୋନ୍‌, ଦୋକାନ ଗୃହ, ଫୁଡ ପାର୍କ, ପାର୍କିଂ ଏବଂ ପ୍ରବେଶ ପଥ ବିକଶିତ କରାଯିବ । ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ସମଲେଶ୍ବରୀଙ୍କ ପୀଠରେ ବର୍ଷ ତମାମ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିରହିଥାଏ । ଏସବୁକୁ   ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟକୁ ବିଶ୍ବସ୍ତରୀୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହିତ ନିର୍ମାଣ ହେବାକୁ ଥିବା ଭକ୍ତ ନିବାସରେ ଅଧିକ ସଂଖ୍ୟକ ଭକ୍ତଙ୍କ ରହଣି ସୁବିଧା ପାଇଁ ଆବଶ୍ୟକସ୍ଥଳେ ବହୁତଳ ବିଶିଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର
  • ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଟ୍ରେନ୍ ଟ୍ରାକ୍‌ରେ ମଦୁଆର ହାଇଡ୍ରାମା, ଅଟକାଇ ଦେଲା ଟ୍ରେନ୍‌
  • ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ, କେଶର ମଧ୍ୟରେ ଶୋଭା ପାଇବେ ଶ୍ରୀମୁଖ
  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,517)
  • ସ୍ପେଶାଲ୍ ରିପୋର୍ଟ (267)
©2026 JBR Samachar | Design: Newspaperly WordPress Theme