Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସପ୍ତାହ ଯାଏ ଶୁଖିଲା ପାଗ

Posted on November 4, 2025

ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ ଆଗକୁ ଆହୁରି ଖସିବ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ଏକ ସପ୍ତାହ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ ବିଜ୍ଞାନ କେନ୍ଦ୍ରର  ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ଦିନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ  କମିବ । ରବିବାର ରାତିର ତାପମାତ୍ରା ଅନେକ ସ୍ଥାନରେ ୨ ଡିଗ୍ରୀ ଖସିଛି ।  ଦାରିଙ୍ଗିବାଡ଼ି, ଫୁଲବାଣୀ, କୋରାପୁଟ, ଭଦ୍ରକ,ଝାରସୁଗୁଡ଼ା, ଅନୁଗୁଳ ଆଦି  ୬ଟି ସ୍ଥାନର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗିବାଡ଼ିରେ  ଶନିବାର ୧୯ ଡିଗ୍ରୀ ଥିବାବେଳେ  ରବିବାର ଏହା ୧୮ ଡିଗ୍ରୀକୁ ଖସିଥିଲା । କୋରାପୁଟରେ ଶନିବାରର ତାପମାତ୍ରା  ୧୫.୮ ଡିଗ୍ରୀ ଥିବାବେଳେ ଏହା ବଢ଼ି ୧୬ ଡିଗ୍ରୀ ହୋଇଛି । ସେହିପରି  ଫୁଲବାଣୀରେ ୦.୫ ଡିଗ୍ରୀ ବଢ଼ି ରବିବାର ରାତିରେ ୧୮.୫ ଡିଗ୍ରୀ ହୋଇଛି । 

ଭୁବନେଶ୍ୱରରେ ଶନିବାର ସର୍ବନିମ୍ନ ତଥା ରାତି ତାପମାତ୍ରା ୨୪ ଡିଗ୍ରୀ ରହିଥିଲା ରବିବାର ଏହା ଖସି ୨୨.୬ ଡିଗ୍ରୀ  ହୋଇଛି । କଟକର ତାପମାତ୍ରା ଶନିବାର ୨୩ ଡିଗ୍ରୀ ଥିବା ବେଳେ ରବିବାର ଏହା  ୨୧.୮ ଡିଗ୍ରୀକୁ ଖସିଥିଲା । ରବିବାର  ରାତିରେ ରାଉରକେଲାର ତାପମାତ୍ରା  ୨୧.୫ ଡିଗ୍ରୀ, କେନ୍ଦ୍ରାପଡ଼ାର ୨୧.୬,  ଜଗତ୍‌ସିଂହପୁରର ୨୨.୬, ଖୋର୍ଦ୍ଧାର  ୨୨.୫, ନବରଙ୍ଗପୁରର ୨୧.୪,  ଦେବଗଡ଼ର ୨୨.୫, ଯାଜପୁରର ୨୧.୬,  ଢେଙ୍କାନାଳର ୨୨.୪, ସୋନପୁରର ୨୨  ଡିଗ୍ରୀ, ପାରଳଖେମୁଣ୍ଡିର ୨୧ ଡିଗ୍ରୀ,  ସୁନ୍ଦରଗଡ଼ର ୨୦.୮, କେନ୍ଦୁଝରର ୨୦.୪,  ଝାରସୁଗୁଡ଼ାରେ ୧୯.୩, ଅନୁଗୁଳରେ  ୧୯.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ  କରାଯାଇଛି । ପୁରୀରେ ରାତି ତାପମାତ୍ରା  ସର୍ବାଧିକ ୨୫.୮ ଡିଗ୍ରୀ ରହିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme