Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସପୁରୀ ଖାଇବା ଦ୍ବାରା ଶରୀର ଉପରେ ପକାଏ ସକରାତ୍ମକ ପ୍ରଭାବ

Posted on October 10, 2025

 

ଋତୁ ଅନୁଯାୟୀ ମିଳୁଥିବା ଫଳ ଖାଇଲେ ଅନେକ ଶାରୀରିକ ସମସ୍ୟାକୁ ଦୂରେଇ ଦେଇହୁଏ। ବିଶେଷ କରି ଖରାଦିନେ ଓ ବର୍ଷାଦିନେ ଟିକେ ଅଧିକ ପରିମାଣରେ ସପୁରୀ ମିଳିଥାଏ । ସପୁରୀ କେବଳ ପାଟିକୁ ଏତେ ସ୍ୱାଦିଷ୍ଟ ଲାଗିନଥାଏ ବରଂ ଆମ ଶରୀରକୁ ଅନେକ ଆବଶ୍ୟକୀୟ ପୋଷକତତ୍ତ୍ୱ ମଧ୍ୟ ଯୋଗାଇଥାଏ । ସପୁରୀରେ ଅନେକ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି । ଯାହା ସୁସ୍ଥ ଶରୀର ଗଠନ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ସପୁରୀରେ ଭିଟାମିନ୍ ସି, ଭିଟାମିନ୍ ବି୬, ମାଙ୍ଗାନିଜ୍, ପୋଟାସିୟମ୍, ଫୋଲେଟ୍ ଏବଂ ଫାଇବର ସମେତ ଅନେକ ପୋଷକ ତତ୍ତ୍ୱ ରହିଛି । ଏହି କାରଣରୁ ସପୁରୀକୁ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ବୋଲି ବିବେଚନା କରାଯାଏ ।

ଯଦି ଆପଣ ସଠିକ ପରିମାଣରେ ଏବଂ ସଠିକ୍ ଉପାୟରେ ସପୁରୀ ଖାଆନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥାଏ । ସପୁରୀ ଆପଣଙ୍କ ହାର୍ଟକୁ ସୁସ୍ଥ ଏବଂ ସୁଦୃଢ଼ ​​କରିବାରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଯଦି ଆପଣ ଗମ୍ଭୀର ଏବଂ ଜୀବନଘାତକ ହୃଦରୋଗର ଆଶଙ୍କା କମାଇବାକୁ ଚାହୁଁଛନ୍ତି, ତେବେ ଆପଣ ପୁଷ୍ଟିକର ତଥା ରସଯୁକ୍ତ ସପୁରୀ ଖାଇବା ଆରମ୍ଭ କରିବା ଉଚିତ । ଏହି ଫଳକୁ ଖାଇବା ଦ୍ୱାରା ଆମ ହାଡ଼ ମଜବୁତ ରହିଥାଏ ।

ସପୁରୀ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି କରିବାରେ ସହାୟକ କରିଥାଏ । ତେଣୁ  ଆପଣ ନିଜ ଡାଏଟ ଲିଷ୍ଟରେ ସପୁରୀ ସାମିଲ କରିପାରିବେ । ଯାହା ଆପଣ ଖାଇବା ଦ୍ବାରା ଆପଣଙ୍କ ନିଜ ୱେଟ୍ ଲସ୍ ଜର୍ଣ୍ଣିକୁ ସହଜ କରିଦେଇଥାଏ । ଏଥିରେ କ୍ୟାଲୋରୀର ମାତ୍ରା କମ୍ ହେବା ସହିତ ଭିଟାମିନ ଏବଂ ମିନେରାଲ୍ସ ମଧ୍ୟ ଭରପୁର ଭାବେ ରହିଥାଏ । ଏଥିରେ ଅତ୍ୟଧିକ ମାତ୍ରାରେ ଜଳୀୟ ଅଂଶ ଥିବାରୁ ଏହା ଶରୀରକୁ ସତେଜ ମଧ୍ୟ ରଖିଥାଏ ।

ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ ସପୁରୀ ଖାଇବା ଦ୍ୱାରା ଆପଣଙ୍କ ଆଖିର ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ । ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ସି ମିଳିଥାଏ । ଏହି କାରଣରୁ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ​​କରିବା ପାଇଁ ସପୁରୀ ଖାଇବାକୁ ପରାମର୍ଶ ଦିଆଯାଏ । ଯଦି ଆପଣ ଦୁର୍ବଳ ଅନୁଭବ କରୁଥିଲେ ଆପଣ ସପୁରୀ ଖାଇ ପାରିବେ ନିଶ୍ଚୟ ।

ଏହା କେବଳ ଯେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ତା’ ନୁହେଁ ଅନେକ ସ୍ୱାସ୍ଥ୍ୟଲାଭ ସହିତ ଏହା ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ସାବ୍ୟସ୍ତ ହୋଇଛି । ଯଦି ଆପଣ ଚର୍ମ ସମ୍ବନ୍ଧୀୟ କୌଣସି ସମସ୍ୟାରେ ପଡ଼ନ୍ତି, ତେବେ ସପୁରୀ ଖାଆନ୍ତୁ କିମ୍ବା ଏହାର ରସ ପିଅନ୍ତୁ । ବ୍ରଣ ବ୍ୟତୀତ ମୁହଁରେ ହୋଇଥିବା ଦାଗକୁ ମଧ୍ୟ ହ୍ରାସ କରିଥାଏ । ସପୁରୀ ରସରେ ଥିବା ପୋଷକ ତତ୍ତ୍ୱ ତ୍ୱଚାରୁ ଡେଡ୍ ସ୍କିନ୍ ସେଲସଗୁଡ଼ିକୁ କମ୍ କରିଥାଏ, ଯାହାଦ୍ବାରା  ଆପଣଙ୍କ ସ୍କିନକୁ ଏକ ନ୍ୟାଚୁରାଲ୍ ଗ୍ଲୋ ମିଳିଥାଏ ।

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme